୩୧ରେ ଅବସର ନେବେ ପ୍ରଫେସର ସିବିକେ ମହାନ୍ତି, ଡାକ୍ତର ରମା ରମଣ ମହାନ୍ତିଙ୍କୁ ନୂଆ ଦାୟିତ୍ୱ

୩୧ରେ ଅବସର ନେବେ ପ୍ରଫେସର ସିବିକେ ମହାନ୍ତି, ଡାକ୍ତର ରମା ରମଣ ମହାନ୍ତିଙ୍କୁ ନୂଆ ଦାୟିତ୍ୱ
୩୧ରେ ଅବସର ନେବେ ପ୍ରଫେସର ସିବିକେ ମହାନ୍ତି, ଡାକ୍ତର ରମା ରମଣ ମହାନ୍ତିଙ୍କୁ ନୂଆ ଦାୟିତ୍ୱ

ଭୁବନେଶ୍ୱର ୩୦/୧୦:ଓଡ଼ିଶା ରାଜ୍ୟ ଭେଷଜ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ (ଡିଏମ୍‌ଇଟି) ହୋଇଛନ୍ତି ପ୍ରଫେସର ଡାକ୍ତର ରମା ରମଣ ମହାନ୍ତି । ଡାକ୍ତର ମହାନ୍ତି ଏବେ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ଡିନ୍‌ ଓ ପ୍ରିନ୍‌ସିପାଲ ଅଛନ୍ତି ।

ଚଳିତ ମାସ ୩୧ ତାରିଖରେ ପ୍ରଫେସର ସିବିକେ ମହାନ୍ତି ଅବସର ନେବେ । ତାଙ୍କଠାରୁ ଡିଏମ୍‌ଇଟିର ନୂଆ ଦାୟିତ୍ୱ ନେବେ ପ୍ରଫେସର ରମା ରମଣ ମହାନ୍ତି । ପାଖପାଖି ୮ ମାସ ହେଲା ସିବିକେ ମହାନ୍ତିଙ୍କ କାର୍ଯ୍ୟକାଳ ସରିଥିଲେ ମଧ୍ୟ କରୋନା କାଳରେ ଅଭିଜ୍ଞତାକୁ ଦେଖି ୩ ଥର ଚାକିରି ଅବଧି ବଢ଼ାଇଥିଲେ ସରକାର । ରାଜ୍ୟର କରୋନା ଲଢ଼େଇରେ ବିଶେଷଜ୍ଞ ଦଳରେ ରହି ସରକାରଙ୍କୁ ଅନେକ ପରାମର୍ଶ ଦେଉଥିଲେ ସିବେକେ ମହାନ୍ତି ।