ଚମ୍ପୁଆ ରେଞ୍ଜରେ ଧସେଇ ପଶିଲେ ହାତୀ ପଲ: ଧାନ ଫସଲ ଖାଇଲେ, ଦଳିଚକଟି ନଷ୍ଟ କଲେ

ଚମ୍ପୁଆ ରେଞ୍ଜରେ ଧସେଇ ପଶିଲେ ହାତୀ ପଲ: ଧାନ ଫସଲ ଖାଇଲେ, ଦଳିଚକଟି ନଷ୍ଟ କଲେ
ଚମ୍ପୁଆ ରେଞ୍ଜରେ ଧସେଇ ପଶିଲେ ହାତୀ ପଲ: ଧାନ ଫସଲ ଖାଇଲେ, ଦଳିଚକଟି ନଷ୍ଟ କଲେ

କେନ୍ଦୁଝର ୧୨/୧୦: କେନ୍ଦୁଝର ଚମ୍ପୁଆ ରେଞ୍ଜର ଗଣ୍ଡବରେଇ ଗାଁ ଜଙ୍ଗଲକୁ ସକାଳୁ ସକାଳୁ ଧସେଇ ପଶିଛନ୍ତି ହାତୀ ପଲ । ୨୬ ଟିକିଆ ବଣୁଆ ହାତୀପଲ ପଶିଥିବାରୁ ଗାଁ ଲୋକେ ଆତଙ୍କିତ ହୋଇପଡିଛନ୍ତି । ଏହି ହାତୀ ପଲ ରବିବାର ଠାରୁ କେନ୍ଦୁଝର ପଳାଶପଙ୍ଗା ବିଟର ତିଆତିପଶି ଜଙ୍ଗଲରେ ଡେରା ପକାଇ ଆଖ ପାଖ ଅଞ୍ଚଳରେ ଆତଙ୍କ ଖେଳାଇଛନ୍ତି ।

​​​​​​ତେବେ ଆଜି ସକାଳୁ ସକାଳୁ ହାତୀପଲ ଗଣ୍ଡନରେଇ ଗାଁ ରେ ଧାନ ଫସଲ ଖାଇବା ସହିତ ପାଦରେ ଦଳି ଚକିଟି ଦେବାରୁ ଚାଷୀଙ୍କ ଏକର ଏକର ଗର୍ଭଣା ଧାନ ଫସଲ ନଷ୍ଟ ହୋଇଯାଇଛି ।ଫଳରେ ଚାଷୀକୂଳ ଚିନ୍ତାରେ ପଡିଯାଇଛି । ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ହାତୀପଲଙ୍କ ଉପରେ ତୀକ୍ଷଣ ନଜର ରଖିଛନ୍ତି ।