ଇପିଏଫ୍‌ର ନିୟମରେ ପରିବର୍ତ୍ତନ; ଆକାଉଣ୍ଟଧାରୀଙ୍କ ପାଇଁ ୨ଟି ଆକାଉଣ୍ଟ

ଇପିଏଫ୍‌ର ନିୟମରେ ପରିବର୍ତ୍ତନ; ଆକାଉଣ୍ଟଧାରୀଙ୍କ ପାଇଁ ୨ଟି ଆକାଉଣ୍ଟ
livemint

କର୍ମଚାରୀ ଭବିଷ୍ୟ ନିଧି ( ଇପିଏଫ୍‌)ର ନିୟମରେ ବଡ଼ ପରିବର୍ତ୍ତନ ହୋଇଛି । ଏହି ନିୟମ କେବଳ ଇପିଏଫ୍‌ ଆକାଉଣ୍ଟଧାରୀଙ୍କ ପାଇଁ , ଯାହାଙ୍କର ଯୋଗଦାନ କେବଳ ଏକ ଆର୍ଥିକ ବର୍ଷରେ ୨.୫ ଲକ୍ଷ ଟଙ୍କାରୁ ଅଧିକ ହେବ । ନୂଆ ନିୟମ ଅନୁସାରେ ଆକାଉଣ୍ଟଧାରୀଙ୍କୁ ୨ଟି ଅଲଗା ଅଲଗା ଇପିଏଫ୍‌ ଆକାଉଣ୍ଟ ମେଣ୍ଟେନ୍‌ କରିବାକୁ ହେବ।
କାହିଁକି ୨ଟି ଆକାଉଣ୍ଟ ଜରୁରି ?

ପ୍ରକୃତ କଥା ହେଲା , ଚଳିତ ବର୍ଷ ସାଧାରାଣ ବଜେଟ୍‌ ଉପସ୍ଥାପିତ କରିବା ବେଳେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ବର୍ଷରେ ୨.୫ ଲକ୍ଷ ଟଙ୍କାରୁ ଅଧିକର ଇପିଏଫ୍‌ ଯୋଗଦାନରେ ମଳୁଥିବା ସୁଧରେ ଟ୍ୟାକ୍ସ ଲଗେଇବାର କଥା କହିଥିଲେ । ଏଥିପାଇଁ ଗଣନାରେ ନିଯୁକ୍ତଦାତାଙ୍କ ପକ୍ଷରୁ କରାଯାଉ ଥିବା ଅଂଶଦାନକୁ ସାମିଲ କରାଯାଇ ନଥିଲା । ଏବେ ଏମିତି ହିଁ ଆକାଉଣ୍ଟଧାରୀଙ୍କୁ ୨ଟି ଅଲଗା ଅଲଗା ଇପିଏଫ୍‌ ଆକାଉଣ୍ଟ ମେଣ୍ଟେନ୍‌ କରିବାକୁ ହେବ । ଏହି ଆଧାରରେ ହିଁ ଟ୍ୟାକ୍ସର ଗଣନା କରାଯିବ ।

ସେପଟେ ଏହି ସମ୍ୱନ୍ଧରେ କେନ୍ଦ୍ରୀୟ ପ୍ରତ୍ୟେକ୍ଷ କର ବୋର୍ଡ(ସିବିଡିଟି) ନୋଟିସ୍‌ ଜାରି କରିଦେଇଛି । ନୋଟିସ୍‌ ମୁତାବକ , ନୂଆ ନିୟମ ଆର୍ଥିକ ବର୍ଷ ୨୦୨୧-୨୨ରୁ ଲାଗୁ ହୋଇଛି । ଏହା ୧ ଅପ୍ରେଲ୍‌ ୨୦୨୨ମସିହାରୁ କାର୍ଯ୍ୟକାରୀ ହେବ ।

ଆପଣଙ୍କୁ କହି ରଖୁଛୁ କି ୩୧ ମାର୍ଚ୍ଚ ୨୦୨୧ ସୁଦ୍ଧା ଇପିଏଫ୍‌ ଆକାଉଣ୍ଟରେ କରାଯାଉଥିବା ଯୋଗଦାନ ଟ୍ୟାକ୍ସ ମୁକ୍ତ ଅଟେ ।