ମୁଖ୍ୟମନ୍ତ୍ରୀଙ୍କ ଘୋଷଣା; ପୁରୁଷ ଜୁନିୟର ହକି ବିଶ୍ବକପ ଆୟୋଜନ କରିବ ଓଡିଶା

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା; ପୁରୁଷ ଜୁନିୟର ହକି ବିଶ୍ବକପ ଆୟୋଜନ କରିବ ଓଡିଶା

ପୁରୁଷ ଜୁନିୟର ହକି ବିଶ୍ବକପ ଆୟୋଜନ କରିବ ଓଡିଶା । ଲୋକସେବା ଭବନରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନଭେମ୍ବର ୨୪ରୁ ଡିସେମ୍ବର ୫ ପର୍ଯ୍ୟନ୍ତ ଏହି ମେଗା ଟୁର୍ଣ୍ଣାମେଣ୍ଟ କଳିଙ୍ଗ ଷ୍ଟାଡିୟମ, ଭୁବନେଶ୍ବରରେ ଖେଳାଯିବ ।

ଭୁବନେଶ୍ବରକୁ ଫେରିଲା ହକିର ଆଉ ଏକ ମହାକୁମ୍ଭ । ନଭେମ୍ବର ୨୪ରୁ ଡିସେମ୍ବର ୫ ମ୍ୟାଚ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଦ୍ଵାଦଶତମ ଜୁନିୟର ପୁରୁଷ ବିଶ୍ଵକପ ହକି । ବିଶ୍ବକପର ଟ୍ରଫି ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକସଭା ଭବନର ନୂଆ କନଭେନସନ ହଲରେ ଉନ୍ମୋଚନ ହୋଇଛି ଟ୍ରଫି । FIH ସଭାପତି ନରେନ୍ଦ୍ର ବାତ୍ରା, ରାଜ୍ୟ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ଏହ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । କୋଭିଡ କଟକଣାରେ ଦର୍ଶକ ନେବେ ବିଶ୍ବକପର ମଜା ।

ନଭେମ୍ବର ୨୪ରୁ ଡିସେମ୍ବର ୫ ମ୍ୟାଚ ୫୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ମିଳିଛି । ଉକ୍ତ ପ୍ରତିଯୋଗିତା ପ୍ରଥମେ ଆସାମର ଗୌହାଟିରେ ଆୟୋଜିତ ହେବାର ଥିଲା । ଆସାମ ସରକାର ଭକ୍ତ ପ୍ରତିଯୋଗିତାରୁ ଓହରି ଯିବା ପରେ ହକି ଇଣ୍ଡିଆ ପକ୍ଷରୁ ଓଡିଶା ସରକାରଙ୍କୁ ପ୍ରତିଯୋଗିତା ନେଇ ପ୍ରସ୍ତାବ ଦିଆଯାଇଥିଲା । କୋଭିଡ଼ ନିୟମ ଅନୁଯାୟୀ ଦଶକମାନଙ୍କୁ ମ୍ୟାଚ ଦେଖିବାର ସୁଯୋଗ ମିଳିବ ।

ଭୁବନେଶ୍ବରରେ ୨୦୧୮ ପୁରୁଷ ହକି ବିଶ୍ଵକପ ସଫଳତାର ସହ ଆୟୋଜିତ ହୋଇଥିବାବେଳେ ୨୦୨୩ ସଂସ୍କରଣର ପୁରୁଷ ହକି ବିଶ୍ଵକପ ଭୁବନେଶ୍ବର ଓ ରାଉରକେଲାରେ ହେବ।