୨୨ରେ ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ

୨୨ରେ ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୨ରେ ମୟୂରଭଞ୍ଜ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ସେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବା ସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ । ଏଥିପାଇଁ ଜିଲାର ୨୬ ବ୍ଲକରେ ପ୍ରସ୍ତୁତି ଜୋରସୋର୍‌ରେ ଚାଲିଥିବା ଜଣାପଡ଼ିଛି। ଗସ୍ତବେଳେ ପ୍ରାୟ ଦୁଇ ହଜାର କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବାର କାଯର୍ର୍‌ୟକ୍ରମ ପ୍ରସ୍ତୁତ ହୋଇଛି।

ଡିସେମ୍ବର ଶେଷ ସପ୍ତାହରେ ପଞ୍ଚାୟତ ଭୋଟ ପାଇଁ ବିଜ୍ଞପ୍ତି ଜାରି ହେବାର ସମ୍ଭାବନା ରହିଛି । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ପ୍ରାୟ ସବୁ ଜିଲା ଗସ୍ତ କରିବାର କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି। ୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ଭୋଟରେ ମୟୂରଭଞ୍ଜରେ ଭାଜପା ବେଶ ଭଲ ପ୍ରଦର୍ଶନ କରିଥିଲା । ୨୦୧୯ରେ ମଧ୍ୟ ବିଜେଡି ଆଶାନୁରୂପକ ଫଳ ପାଇନି। ଏହାକୁ ଦୃଷ୍ଟିରେ ରଖି ବିଜେଡି ଏଥର ଭଲ ଫଳ ପାଇବାକୁ ଆଗୁଆ ସବୁପ୍ରକାର ପ୍ରସ୍ତୁତି ଚଳାଇଛି ବୋଲି ଚର୍ଚ୍ଚା ହେଉଛି।