ହଟିବ ବେଆଇନ ଚିଙ୍ଗୁଡି ଘେରି, ବ୍ଲାଷ୍ଟିଂ କରି ଉଚ୍ଛେଦ କରିବ ପ୍ରଶାସନ

ହଟିବ ବେଆଇନ ଚିଙ୍ଗୁଡି ଘେରି, ବ୍ଲାଷ୍ଟିଂ କରି ଉଚ୍ଛେଦ କରିବ ପ୍ରଶାସନ
ହଟିବ ବେଆଇନ ଚିଙ୍ଗୁଡି ଘେରି, ବ୍ଲାଷ୍ଟିଂ କରି ଉଚ୍ଛେଦ କରିବ ପ୍ରଶାସନ

ବ୍ରହ୍ମଗିରି, ୨୩|୦୯: ବ୍ଲାଷ୍ଟିଂ ଦ୍ବାରା ହେବ ଚିଙ୍ଗୁଡି ଘେରି ଉଛେଦ । ବେଆଇନ ଭାବେ ହୋଇଥିବା ଚିଙ୍ଗୁଡି ଘେରିକୁ ବ୍ଲାଷ୍ଟିଂ କରି ଉଡାଇବା ପାଇଁ ପ୍ରଶାସନର ପ୍ରସ୍ତୁତି। ବ୍ରହ୍ମଗିରି ତହସିଲ ସୁନାମୁହିଁ ରାଜସ୍ବ ଅଂଚଳର ବାହ୍ୟ ଚିଲିକାରେ ବେଆଇନ ଭାବେ ହୋଇଥିବା ହଜାର ଏକର ବିଶିଷ୍ଟ କଂଟେଇ ଘେରିକୁ ଉଛେଦ କରାଯିବ ।

ଏଥିପାଇଁ ପ୍ରଶାସନ ଡିନାମାଇଟ ଲଗାଇ ବ୍ଲାଷ୍ଟିଂ କରି ଉଡାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଏହି ବ୍ଲାଷ୍ଟିଂ କରିବା ପାଇଁ ଚୈତନ୍ୟ ଏଣ୍ଟରପ୍ରାଇଜେସ୍ ଦାୟିତ୍ବ ନେଇଛି। ଘେରିରେ ହୋଇଥିବା ମାଟି ବନ୍ଧରେ ପ୍ରତି ୬ ଫୁଟରେ ବ୍ୟବଧାନରେ ଗାତ କରାଯାଇ ଶହେଟି ଡିନାମାଇଟ ଖଞ୍ଜାଯାଇ ବ୍ଲାଷ୍ଟିଂ କରାଯିବ ।

ହାଇକୋର୍ଟଙ୍କ ଆଦେଶ କ୍ରମେ ଜିଲ୍ଲାପାଳଙ୍କ ନିର୍ଦ୍ଦଶେରେ ଗୁରୁବାର ବ୍ଲାଷ୍ଟିଂ କରାଯିବ ବୋଲି ବ୍ରହ୍ମଗିରି ତହସିଲଦାର ସୂଚନା ଦେଇଛନ୍ତି। ଆଇନ ଶୃଙ୍ଖଳା ଦୃଷ୍ଟିରୁ ତହସିଲଦାର,ଅତିରିକ୍ତ ତହସିଲଦାର , ଆଇଆଇସି ଏବଂ ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।