Tuesday, December 30, 2025
16.3 C
Odisha

    ସୈନ୍ୟ ଅଭ୍ୟାସ ସହ ତାଇୱାନକୁ ପାଞ୍ଚ ପଟୁ ଘେରିଲା ଚୀନ୍‌ ତାଇୱାନ ମଧ୍ୟ ପ୍ରତି-ଯୁଦ୍ଧ ଅଭ୍ୟାସ ଆରମ୍ଭ କଲା, ତିନି ସେନା

    ଆଗକୁ ପଢନ୍ତୁ

    ବେଜିଂ/ତାଇପେ:  ଚୀନ୍ ତାଇୱାନକୁ ୫ ପଟୁ ଘେରିବା ଆରମ୍ଭ କରିବା ସହ ବଡ଼ ଧରଣର ସୈନ୍ୟ ଅଭ୍ୟାସ ଆରମ୍ଭ କରିଛି । ଚୀନ ସେନା ତାଇୱାନର ଉତ୍ତର, ଉତ୍ତରପୂର୍ବ, ପଶ୍ଚିମ, ଦକ୍ଷିଣ ଓ ପୂର୍ବ ଉପକୂଳରେ ଲାଇଭ-ଫାୟାର ଡ୍ରିଲ ଆରମ୍ଭ କରିଛି । ଚୀନର ଏହି ଆକ୍ରମଣାତ୍ମକ ଆଭିମୁଖ୍ୟ ଜବାବ ଦେବାକୁ ତାଇୱାନ ମଧ୍ୟ ପ୍ରତି-ଯୁଦ୍ଧ ଅଭ୍ୟାସ ଆରମ୍ଭ କରିଛି । ତାଇୱାନ ସ୍ଥଳ ସେନା, ନୌସେନା ଓ ବାୟୁସେନାକୁ ସଜାଗ କରିଛି । ଏ ନେଇ ତାଇୱାନ ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଦେଇଛି । ଚୀନର କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖାଯାଇଛି । ସେନା ମୁତୟନ କରିବା ସହ ତାଇୱାନ ମଧ୍ୟ ଯୁଦ୍ଧ ଅଭ୍ୟାସ ଆରମ୍ଭ କରିଛି । ଚୀନ୍ ଆଞ୍ଚଳିକ ଶାନ୍ତି ଓ ସ୍ଥିରତା ନଷ୍ଟ କରୁଛି ବୋଲି ତାଇୱାନ ଅଭିଯୋଗ କରିଛି । ତାଇୱାନ ତଟରକ୍ଷୀ ବାହିନୀ ଅନୁଯାୟୀ ଚୀନ୍‌ର ସାମରିକ ଅଭ୍ୟାସ ଜାହାଜର ଗତିବିଧି ଓ ମତ୍ସ୍ୟଜୀବୀଙ୍କ ସୁରକ୍ଷାପ୍ରତି ବିପଦ ସୃଷ୍ଟି କରିଛି । ଚୀନର ପିପୁଲ୍ସ ଲିବେରସନ ଆର୍ମି (ପିଏଲ୍‌ଏ) ଅନୁଯାୟୀ ନୌସେନା, ବାୟୁସେନା ଓ ରକେଟ ଫୋର୍ସ ଏହି ଅଭ୍ୟାସରେ ଏକାଠି ହୋଇଛନ୍ତି । ଯୁଦ୍ଧ ଜାହଜ, ଲଢୁଆ ବିମାନ, ବୋମାମାଡ଼କାରୀ ବାହିନୀ, ଡ୍ରୋନ୍ ଓ ଦୂରଗାମୀ କ୍ଷେପଣାସ୍ତ୍ର ଅଭ୍ୟାସରେ ବ୍ୟବହୃତ ହୋଇଛି । ଏହି ସାମିରିକ ଅଭିଯାନକୁ ‘ନ୍ୟାୟ ମିଶନ ୨୦୨୫’ ନାମ ଦିଆଯାଇଛି । ଚୀନର ଏହି ଅଭ୍ୟାସ ପୂର୍ବାପେକ୍ଷା ବଡ଼ ଓ ତାଇୱାନର ଅତି ନିକଟରେ କରାଯାଉଛି । ଉଲ୍ଲେଖଯୋଗ୍ୟ ଯେ, ଚୀନ ତାଇୱାନକୁ ନିଜର ଏକ ଅଂଶ ବୋଲି ବିବେଚନା କରୁଛି । ତେଣୁ ଏହି ବିବାଦ ସୃଷ୍ଟି ହୋଇଛି । ଚୀନ୍‌ର ଏହି ଯୁଦ୍ଧଭ୍ୟାସ ପାଇଁ ଆମେରିକା ଓ ତାଇୱାନ ମଧ୍ୟରେ ଅସ୍ତ୍ରଶସ୍ତ୍ର ଚୁକ୍ତି ହୋଇଛି । ଆମେରିକା ତାଇୱାନକୁ ୧୧.୧ ବିଲିଅନ ଡଲାରର ଅସ୍ତ୍ରଶସ୍ତ୍ର ବିକ୍ରି କରିବ ବୋଲି ଘୋଷଣା କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    16.3 ° C
    16.3 °
    16.3 °
    35 %
    1.8kmh
    83 %
    Tue
    16 °
    Wed
    29 °
    Thu
    29 °
    Fri
    29 °
    Sat
    28 °

    ସମ୍ବନ୍ଧିତ