ଦୁଃଖଦ ଘଟଣା; କରୋନା ସଂକ୍ରମିତ ଆରଏଲଡି ସଭାପତି ଚୌଧୁରୀ ଅଜିତ ସିଂଙ୍କ ଦେହାନ୍ତ...

ଦୁଃଖଦ ଘଟଣା; କରୋନା ସଂକ୍ରମିତ ଆରଏଲଡି ସଭାପତି ଚୌଧୁରୀ ଅଜିତ ସିଂଙ୍କ ଦେହାନ୍ତ...

ମହାମାରୀ କରୋନା ଦେଶର ଅନେକ ପ୍ରମୁଖ ବ୍ୟକ୍ତିବିଶେଷଙ୍କର ଜୀବନ ନେଇସାରିଲାଣି । ଏହିକ୍ରମରେ ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି) ସଭାପତି ଚୌଧୁରୀ ଅଜିତ ସିଂ ନାମ ଯୋଡ଼ି ହୋଇଛି । ପୂର୍ବତନ କେନ୍ଦ୍ର ନାଗରିକ ବିମାନ ଚଳାଚଳ ମନ୍ତ୍ରୀ ୮୬ବର୍ଷୀୟ ଚୌଧୁରୀ ଅଜିତ ସିଂହ କିଛିଦିନ ତଳୁ କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିଲେ, କିନ୍ତୁ ମଙ୍ଗଳବାର ହଠାତ୍‌ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିଯିବାରୁ ଗୁରୁଗ୍ରାମର ଏକ ହସ୍ପିଟାଲରେ ତାଙ୍କୁ ଆଡ଼ମିସନ କରାଯାଇଥିଲା । ଫୁସଫୁସରେ ସାଙ୍ଘାତିକ ସଂକ୍ରମଣ ହେତୁ ତାଙ୍କର ସ୍ୱାସ୍ଥ୍ୟରେ କ୍ରମାଗତ ଅବନତି ପରିଲକ୍ଷିତ ହୋଇ ଶେଷରେ ଆଜି ଏହି ମହାନ ନେତାଙ୍କ ଦେହାନ୍ତ ହୋଇଛି । ଏଠାରେ ସୂଚନାଯୋଗ୍ୟ ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କ ସୁପୁତ୍ର ହେଉଛନ୍ତି ଚୌଧୁରୀ ଅଜିତ ସିଂ । ବାଗପାଟରୁ ସେ ୭ଥର ସାଂସଦ ତଥା କେନ୍ଦ୍ର ନାଗରିକ ବିମାନ ଚଳାଚଳ ମନ୍ତ୍ରୀ ଭାବରେ ସେ ଗୁରୁଦାୟିତ୍ତ୍ୱ ନିର୍ବାହ କରିସାରିଛନ୍ତି । ସ୍ୱର୍ଗତଃ ସିଂ ଙ୍କ  ମୃତ୍ୟୁ ସମ୍ୱାଦ ମିଳିବା ପରେ ବାଗପାଟ ସମେତ ପଶ୍ଚିମ ଉତ୍ତରପ୍ରଦେଶରେ ଶୋକର ଲହରୀ ଖେଳିଯାଇଛି ।