ପଞ୍ଜାବ ଦଳକୁ ଫେରିଲେ ବିସ୍ଫୋରକ କ୍ରିସ ଗେଲ୍

ପଞ୍ଜାବ ଦଳକୁ ଫେରିଲେ ବିସ୍ଫୋରକ କ୍ରିସ ଗେଲ୍

ଆଇପିଏଲରେ ଆଜି ମୁହାଁମୁହିଁ ହେଉଛନ୍ତି ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କିଙ୍ଗସ ଏକାଦଶ ପଞ୍ଜାବ । ଆରସିବି ତା'ର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ । ହେଲେ ପଞ୍ଜାବ ଦଳକୁ ବିସ୍ଫୋରକ କ୍ରିସ ଗେଲ୍ ଫେରିଛନ୍ତି । ବିରାଟ କୋହଲି ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ଚଳିତ ଆଇପିଏଲରେ ଦ୍ୱିତୀୟ ଥର ପାଇଁ ଏହି ଦୁଇ ଦଳ ମୁହାଁମୁହିଁ ହେଉଛନ୍ତି । ୟୁଏଇର ଖେଳା ଯାଉଥିବା ଆଇପିଏଲରେ ପଞ୍ଜାବ ଏଯାଏ ଗୋଟିଏ ମ୍ୟାଚ୍ ଜିତିଛି ।

ଏଥିସହ ଦଳ ପଏଣ୍ଟ ଟେବୁଲର ସବୁଠାରୁ ତଳେ ରହିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପଞ୍ଜାବ ଏହି ବିଜୟଟି ବିରାଟଙ୍କ ଆରସିବି ବିପକ୍ଷରେ ହିଁ ହାସଲ କରିଥିଲା । ତେଣୁ ଶାରଜାରେ ବିରାଟ ଏହାର ପ୍ରତିଶୋଧ ନେବାକୁ ଉଦ୍ୟମ କରିବେ । ସେହିପରି ପଞ୍ଜାବ ଦଳରେ ଆଉ ଦୁଇଟି ପରିବର୍ତ୍ତନ କରିଛି । ମନଦୀପଙ୍କ ବଦଳରେ ମୁର୍ଗାନ ଅଶ୍ୱିନ ଓ ପ୍ରବସିମରନଙ୍କ ବଦଳରେ ଦୀପକ ହୁଡ୍ଡାଙ୍କୁ ସୁଯୋଗ ମିଳିଛି ।