ସୋମବାର ୨ଟା ୨୦ରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭୂପେନ୍ଦ୍ର ପଟେଲ୍, ଉତ୍ସବରେ ସାମିଲ୍ ହେବେ ଅମିତ୍ ଶାହା

ସୋମବାର ୨ଟା ୨୦ରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭୂପେନ୍ଦ୍ର ପଟେଲ୍, ଉତ୍ସବରେ ସାମିଲ୍ ହେବେ ଅମିତ୍ ଶାହା
ସୋମବାର ୨ଟା ୨୦ରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭୂପେନ୍ଦ୍ର ପଟେଲ୍, ଉତ୍ସବରେ ସାମିଲ୍ ହେବେ ଅମିତ୍ ଶାହା

ଅହମ୍ମଦାବାଦ ୧୨।୦୯: ଗୁଜରାଟର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଭୂପେନ୍ଦ୍ର ପଟେଲ ସୋମବାର ଅପରାହ୍ନ ୨ଟା ୨୦ରେ ଶପଥ ନେବାକୁ ଯାଉଛନ୍ତି। ଭୂପେନ୍ଦ୍ର ରାଜ୍ୟର ୧୭ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଏହାର ଦୁଇ ଦିନ ପରେ କ୍ୟାବିନେଟ୍ ମନ୍ତ୍ରୀଙ୍କ ମଧ୍ୟ ଶପଥ ପାଠ କରାଯିବ। ଏହି ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା। ସେ ଆସନ୍ତାକାଲି ମଧ୍ୟାହ୍ନ ୧୨ଟା ୩୦ରେ ଅହମ୍ମଦାବାଦରେ ପହଞ୍ଚିବେ।

ଏହା ପୂର୍ବରୁ ରବିବାର ବିଜେପି ବିଧାୟକ ଦଳ ବୈଠକ ବସିଥିଲା। ବୈଠକରେ ଭୂପେନ୍ଦ୍ର ପଟେଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ନେଇ ମୋହର ବାଜିଥିଲା। ମୁଖ୍ୟମନ୍ତ୍ରୀ ପଦ ପାଇଁ ନୀତିନ ପଟେଲ୍ ଏବଂ ମସନୁଖ ମାଣ୍ଡଭିୟଙ୍କ ପରି ବଡ ବଡ ନେତା ସାମିଲ୍ ଥିଲେ ମଧ୍ୟ ଭୂପେନ୍ଦ୍ରଙ୍କୁ ଦଳ ଗୁରୁ ଦାୟିତ୍ଵ ଦେଇଛି। ହେଲେ ବିଜେପି ନୂତନ ଚେହେରାକୁ ସାମ୍ନାକୁ ଆଣି ସଭିଙ୍କୁ ଚକିତ କରିଛି। ଆଜି ରାଜ୍ୟପାଳଙ୍କୁ ଭେଟି ସରକାର ଗଢିବାକୁ ଦାବି ଉପସ୍ଥାପନ କରିଛନ୍ତି ଭୂପେନ୍ଦ୍ର।

କଣ ପାଇଁ ଭୂପେନ୍ଦ୍ରଙ୍କୁ ମୁଖ୍ୟମନ୍ତ୍ରୀ କଲା ବିଜେପି ?

ଭୂପେନ୍ଦ୍ର ପଟେଲ୍‌ ପାଟିଦାର ସମୁଦାୟର ଅଟନ୍ତି। ସେ ପାଟିଦାରର ଜଣେ ଟାଣୁଆ ନେତା। ତେଣୁ ବିଜେପି ତାଙ୍କୁ ଆଗକୁ ଆଣି ଏକ ସଙ୍ଗେ ଅନେକ ରାଜନୈତିକ ତୀର ଚଳାଇବା ପାଇଁ ଉଦ୍ୟମ କରିଛି। ପାଟିଦାରଙ୍କୁ କେମିତି ଖୁସି କରାଯାଇ ପାରିବ ତାକୁ ଦୃଷ୍ଟିରେ ରଖି ଭୂପେନ୍ଦ୍ରଙ୍କୁ ଗୁଜରାଟର ମୁଖ୍ୟମନ୍ତ୍ରୀ କରାଯାଇଛି। ବର୍ତ୍ତମାନ ସେ ଘଟୋଡିଆ ନିର୍ବାଚନ ମଣ୍ଡଳୀରୁ ବିଧାୟକ ଅଛନ୍ତି। ଏଠାରୁ ପୂର୍ବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଆନନ୍ଦିବେନ ପଟେଲ୍ ଲଢୁଥିଲେ। ଖୁବ୍ କମ ସମୟରେ ଭୂପେନ୍ଦ୍ର ରାଜନୀତିରେ ନିଜର ସ୍ଥିତି ମଜବୁତ କରି ପାରିଥିବା କୁହାଯାଉଛି।