ଏଥର ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ

ଏଥର ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ

ଅକ୍ଟୋବର୧୬ ତାରିଖ ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଜନ୍ମଦିନ। ହେଲେ ଏଥର ସେ ଜନ୍ମଦିନ ପାଳିବେ ନାହିଁ ବୋଲି ଜଣାଯାଇଛି। କରୋନା କଟକଣା ପାଇଁ ନିଜର ଜନ୍ମଦିନକୁ ଚଳିତବର୍ଷ ମୁଖ୍ୟମନ୍ତ୍ରୀ ପାଳନ କରିବେ ନାହିଁ ।

ଜନ୍ମଦିନରେ ଗରିବ ଲୋକଙ୍କୁ ସାହାଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି। ଓଡ଼ିଶାବାସୀଙ୍କ ଭଲ ପାଇବା ଓ ଶୁଭେଚ୍ଛା ପାଇଁ ସବୁବେଳେ ସେ ଋଣୀ ରହିବେ ବୋଲି କହିଛନ୍ତି। ଗତ ଆଠ ମାସ ହେଲା କୋଭିଡ଼ ଯୋଗୁଁ ସମସ୍ତେ କଠିନ ସମୟ ଦେଇ ଗତି କରୁଛନ୍ତି। ଆଗାମୀକାଲି ନବୀନ ନିବାସ ନ ଆସି ବରଂ ରକ୍ତଦାନ ଓ ପ୍ଲାଜମା ଦାନ କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।