Wednesday, March 11, 2026
36.7 C
Odisha

    ମୋଦୀ-ନଡ୍ଡାଙ୍କୁ ରକ୍ତରେ ଚିଠି ଲେଖିଲେ ଯୋଗୀଙ୍କ ସମର୍ଥକ, ମୁଖ୍ୟମନ୍ତ୍ରୀ ପଦରୁ ହଟାଇଲେ ବିଜେପି କାର୍ଯ୍ୟାଳୟ ସମ୍ମୁଖରେ ଏଭଳି କରିବାକୁ ଚେତାବନୀ ଦେଲେ…

    ଆଗକୁ ପଢନ୍ତୁ

    ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଜଣେ ବଡ଼ ସମର୍ଥକ ଏବେ ଖବର ଶିରୋନାମାରେ ରହିଛନ୍ତି। ଗତ କିଛି ଦିନ ଧରି ଉତ୍ତରପ୍ରଦେଶରେ ରାଜନୈତିକ ସ୍ଥିତିକୁ ନେଇ ଦେଶରେ ଚର୍ଚ୍ଚା ହେଉଛି। କେତେକ ରାଜନୈତିକ ସମୀକ୍ଷକ ଯୋଗୀଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟା ଯିବା ନେଇ ମଧ୍ୟ କହୁଛନ୍ତି। ପୂର୍ବରୁ ଏ ସମ୍ପର୍କରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ପୂର୍ବାନୁମାନ କରିଥିଲେ। ତେବେ ଯୋଗୀଙ୍କୁ ପଦରୁ ହଟାଇଲେ ସୋନୁ ଠାକୁର ନାମକ ଜଣେ ସମର୍ଥକ କହିଛନ୍ତି ସେ ନିଜ ଜୀବନ ଦେବେ। ସେ ନିଜ ରକ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କୁ ଏକ ଚିଠି ଲେଖିଛନ୍ତି।

    ସୋନୁ ଠାକୁର କହିଛନ୍ତି ଯଦି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦିଆଯାଏ, ତେବେ ଭାରତୀୟ ଜନତା ପାର୍ଟି ରାଜ୍ୟ କାର୍ଯ୍ୟାଳୟ ସାମ୍ନାରେ ମୁଁ ନିଜ ଜୀବନ ଦେବି। ସୋନୁଙ୍କୁ ଏଭଳି ରକ୍ତ ଚିଠି ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଆରମ୍ଭ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.7 ° C
    36.7 °
    36.7 °
    16 %
    3.8kmh
    0 %
    Wed
    37 °
    Thu
    38 °
    Fri
    39 °
    Sat
    40 °
    Sun
    37 °

    ସମ୍ବନ୍ଧିତ