କେବିଏନ ଗ୍ରୁପ ମୁଖ୍ୟାକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ପୋଲିସର ଚଢଉ

କେବିଏନ ଗ୍ରୁପ ମୁଖ୍ୟାକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ପୋଲିସର ଚଢଉ

ରାଜଧାନୀରେ ଆତଙ୍କ ଖେଳାଉଥିବା ଓ ସୋସିଆଲ ମିଡିଆରେ ମାରଣାସ୍ତ୍ର ଧରି ଭିଡ଼ିଓ ସେୟାର କରିଥିବା କେବିଏନ ଗ୍ରୁପ ସଦସ୍ୟଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରୁଛି ପୋଲିସ । ନୟାପଲୀ ଥାନା ପୋଲିସ୍‌ ରାଜଧାନୀର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । କମିଶନରେଟ୍‌ ପୋଲିସର ଏକ ସ୍ୱତନ୍ତ୍ର ଟିମ୍‌ ଏହି ଚଢାଉରେ ସାମିଲ ଅଛି ।ଖବର ଅନୁଯାୟୀ, ଗତକାଲି ରାତିରେ କେବିଏନ ଗ୍ରୁପର ମୁଖ୍ୟ କୁହାଯାଉଥିବା ବୁବୁର ଏକ ଜିପ ଠାବ କରାଯାଇଛି । ଏବେ ବୁବୁକୁ ଧରିବା ପାଇଁ କମିଶନରେଟ ପୋଲିସର ଏକ ସ୍ୱତନ୍ତ୍ର ଟିମ ବାହାର ରାଜ୍ୟକୁ ଯାଇଥିବା ବେଳେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଚଢାଉ ଚାଲିଛି ବୋଲି କହିଛନ୍ତି ଡିସିପି ଉମା ଶଙ୍କର ଦାଶ । ସନ୍ଧ୍ୟା ପରେ କେବିଏନ ଗ୍ରୁପ ଆଡ୍ଡା କରୁଥିବା ରାଜଧାନୀର ପାୱାର ହାଉସ ଛକ, ବ୍ରିଟି କଲୋନୀ ଓ ଖଣ୍ଡଗିରିର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି । ଏହି ଗ୍ରୁପର ୭ ଜଣ ସଦସ୍ୟଙ୍କୁ ପୂର୍ବରୁ ଗିରଫ ମଧ୍ୟ କରାଯାଇଛି।