ବାରରେ ରହିବନି ବାଉନ୍ସର

ବାରରେ ରହିବନି ବାଉନ୍ସର

ବାର୍ ଗୁଡିକରେ ବାଉନ୍ସର ନିୟୋଜିତ କରିପାରିବେ ନାହିଁ ବାର୍ ମାଲିକ । ବାର୍ ଗୁଡିକ ପାଇଁ ଜାରି ହେଲା ଗାଇଡ୍‌ଲାଇନ୍ । କମିଶନରେଟ୍ ପୋଲିସ ପକ୍ଷରୁ ଏହି ଗାଇଡ୍‌ଲାଇନ୍ ଜାରି କରାଯାଇଛି । ତେବେ ସ୍ବୀକୃତିପ୍ରାପ୍ତ ସିକ୍ୟୁରିଟି ଏଜେନ୍ସୀରୁ କର୍ମଚାରୀ ନିୟୋଜିତ କରିପାରିବେ ବାର୍ ମାଲିକ ।ଯେଉଁମାନେ ନିୟୋଜିତ ହେବେ ନିକଟସ୍ଥ ଥାନାରେ ସମସ୍ତଙ୍କ ତଥ୍ୟ ରହିବ । ସାଧାରଣ ଗ୍ରାହକଙ୍କୁ ବାଧ୍ୟବଧକତା କରିପାରିବେ ନାହିଁ ବାଉନ୍ସର । ଯଦି କୌଣସି ବାରରେ ଗ୍ରାହକମାନେ ଉତ୍ତେଜନା ପରିସ୍ଥିତି ସୃଷ୍ଟି କରିବେ ୧୧୨କୁ ଡାଏଲ କରିପାରିବେ ବୋଲି ଗାଇଡ୍‌ଲାଇନ୍‌ରେ ଦର୍ଶାଯାଇଛି ।