Friday, October 18, 2024
30.6 C
Odisha

    ଭଦ୍ରକ ସାଂପ୍ରଦାୟିକ ଅଶାନ୍ତି ରାଜ୍ୟର ଛବିକୁ ମଳିନ କରୁଛି : ନବୀନ

    ଆଗକୁ ପଢନ୍ତୁ

    ଭଦ୍ରକ : ସାଂପ୍ରଦାୟିକ ଅଶାନ୍ତି ରାଜ୍ୟର ଛବିକୁ ମଳିନ କରୁଛି । ଶାନ୍ତି ଓ ସଦଭାବ ଓଡ଼ିଶାର ପରିଚୟ । ଏହାକୁ ବଜାୟ ରଖିବାକୁ ସମସ୍ତେ ଏକଜୁଟ ହୋଇ କାମ କରିବାକୁ ପଡ଼ିବ । ଭଦ୍ରକରେ ଗତ ୩ଦିନ ଧରି ସାଂପ୍ରଦାୟିକ ଅଶାନ୍ତି ମଧ୍ୟରେ ପ୍ରତିକ୍ରିୟା ରଖି ଏହା କହିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଭଦ୍ରକ ଜିଲ୍ଲା ବିଜେଡିର ସାଂଗଠନିକ ସ୍ଥିତି ସମୀକ୍ଷା ବେଳେ ଏହା କହିଛନ୍ତି ନବୀନ ପଟ୍ଟନାୟକ ।

    ବିଜେଡି ସରକାରର ୨୪ବର୍ଷ ଶାସନରେ ରାଜ୍ୟର ସବୁ ଅଞ୍ଚଳ ଓ ସବୁ କ୍ଷେତ୍ରର ବିକାଶକୁ ପ୍ରାଥମିକତା ଦିଆଯାଇଥିଲା । କିନ୍ତୁ ଗତ ତିନି ମାସ ଭିତରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସାମ୍ପ୍ରଦାୟିକ ଅଶାନ୍ତି ଓଡିଶାର ଛବିକୁ ମଳିନ କରିଛି । ପ୍ରଥମେ ବାଲେଶ୍ୱର ପରେ ପରେ ଖୋର୍ଦ୍ଧା, ଧାମନଗର ଓ ଭଦ୍ରକରେ ସାମ୍ପ୍ରଦାୟିକ ଅଶାନ୍ତି ସରକାରଙ୍କ କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ ବାଚୀ ସୃଷ୍ଟି କରିଛି ବୋଲି ସେ କହିଛନ୍ତି । ଶାନ୍ତି ଓ ସଦଭାବ ଓଡିଶାର ପରିଚୟ । ଏହାକୁ ବଜାୟ ରଖିବା ପାଇଁ ସମସ୍ତେ ଏକଜୁଟ ହୋଇ କାମ କରିବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.6 ° C
    30.6 °
    30.6 °
    64 %
    1.3kmh
    27 %
    Fri
    31 °
    Sat
    30 °
    Sun
    30 °
    Mon
    30 °
    Tue
    29 °

    ସମ୍ବନ୍ଧିତ