ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ୫୩ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ

ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ୫୩ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ

ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ। ପ୍ରଥମ ତାଲିକାରେ ପାର୍ଟି ତରଫରୁ ୫୩ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ପାର୍ଟି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ବିରୋଧରେ ଭୁବନ ଚନ୍ଦ୍ର କପରୀଙ୍କୁ ନିର୍ବାଚନ ପଡ଼ିଆରେ ଅବତୀର୍ଣ୍ଣ କରାଇଛି। ବିଜେପି ଛାଡି କଂଗ୍ରେସରେ ମିଶିଥିବା ୟଶପାଳ ଆର୍ଯ୍ୟଙ୍କୁ ବାଜପୁରରୁ ଟିକେଟ ଦିଆଯାଇଛି। ଯମୁନେତ୍ରୀରୁ ଦୀପକ ବିଜୱାନଙ୍କୁ ପ୍ରାର୍ଥୀ କରାଇଛି। ସେହିପରି ପିଥୋରାଗଡ଼ରୁ ଏଥର ମୟୁଖ ମହରଙ୍କୁ ଟିକେଟ ଦେଇଛି କଂଗ୍ରେସ। ରାୟପୁର କଥା ଯଦି କହିବା ଏଠାରେ ହୀରା ବିଷ୍ଟ ପ୍ରାର୍ଥୀ ହୋଇଛନ୍ତି। କେଦାରନାଥରୁ ମନୋଜ ରାଓତକୁ ସୁଯୋଗ ମିଳିଛି। କଂଗ୍ରେସ ଅନ୍ୟ ୧୫ଟି ଆସନରେ ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ କରିପାରିନାହିଁ। ଏହି ତାଲିକାରେ ଲାଲକୁଆଁ, କାଳଢୁଙ୍ଗୀ, ଚୌବଟ୍ଟଖାଳ, ରାମନଗର, ଡୋଇୱାଲା ଭଳି ଆସନ ସାମିଲ ରହିଛି। ଦୁଇଦିନ ତଳେ ବିଜେପି ୫୯ ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏଠାରେ ୭୦ ଟି ଆସନରେ ନିର୍ବାଚନ ହେବ। ଫେବୃଆରୀ ୧୪ ତାରିଖରେ ଗୋଟିଏ ପର୍ଯ୍ୟାୟରେ ଉତ୍ତରାଖଣ୍ଡରେ ଭୋଟ ଗ୍ରହଣ ହେବ ଏବଂ ମାର୍ଚ୍ଚ ୧୦ ତାରିଖ ଦିନ ଗଣତି କରାଯିବ ।