ଦିନକରେ ୨୭ ହାଜର ୧୭୬ କରୋନା ଆକ୍ରାନ୍ତ ଚିହ୍ନଟ

ଦିନକରେ ୨୭ ହାଜର ୧୭୬ କରୋନା ଆକ୍ରାନ୍ତ ଚିହ୍ନଟ

ଗତ ୨୪ ଘଣ୍ଟାରେ ଦେଶରେ ୨୭ ହାଜର ୧୭୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହିତ ଆଜି ୨୮୪ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି।ଏହାକୁ ମିଶାଇ ଦେଶରେ ସମୁଦାୟ ସଂକ୍ରମଣ ମାମଲା ୩ କୋଟି ୩୩ଲକ୍ଷ ୧୬ହଜାର ୭୫୫କୁ ପହଞ୍ଚିଛି।ଏହାସହ ମୃତ୍ୟୁ ସଂଖ୍ୟା ୪ଲକ୍ଷ ୪୩ହଜାର ୪୯୭ ରେ ପହଞ୍ଚିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି । ସେହିପରି ଗତ ୨୪ ଘଣ୍ଟାରେ ୩୮,୦୧୨ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।ଏହାକୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା ୩କୋଟି ୨୫ଲକ୍ଷ ୨୨ହଜାର ୧୭୨ରେ ପହଞ୍ଚିଛି।