ଦିନକରେ ଦେଶରୁ ୨୭ ହଜାର ୩୩୩ ଜଣ ଆକ୍ରାନ୍ତ ଚିହ୍ନଟ

ଦିନକରେ ଦେଶରୁ ୨୭ ହଜାର ୩୩୩ ଜଣ ଆକ୍ରାନ୍ତ ଚିହ୍ନଟ

ଦିନକ ପରେ ପୁଣି ଦେଶରେ ବଢିଛି କରୋନା ସଂକ୍ରମଣ। ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨୭ ହଜାର ୩୩୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ୩୪ ହଜାର ୧୪୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ଗୋଟିଏ ଦିନରେ ୩୮୫ ଜଣଙ୍କର ମୃତ୍ୟୁ ହୋଇଛି। ଦେଶରେ ଏବେ ସୁଦ୍ଧା ୩ କୋଟି ୩୫ ଲକ୍ଷ ୩୦ ହଜାର ୭୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ୩ କୋଟି ୨୭ ଲକ୍ଷ ୭୬ ହଜାର ୨୦୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଥିବା ବେଳେ ଏବେ ୩ ଲକ୍ଷ ୮ ହଜାର ୬୯ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। କିନ୍ତୁ କେନ୍ଦ୍ର ସରକାରଙ୍କ କରୋନା ରିପୋର୍ଟ ଜାରି ହେବା ପରେ ଦେଶର କରୋନା ସ୍ଥିତି ନେଇ ଅଧିକ ସ୍ପଷ୍ଟ ହେବ। ସେହିପରି ରାଜ୍ୟରେ ୨୪ ଘଣ୍ଟାରେ ଆଉ ୭୩୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଆଜି ପଜିଟିଭ୍‌ ହାର ୧.୦୫ ପ୍ରତିଶତ ରହିଛି । ୭୩୪ ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷ ଭିତରେ ଅଛନ୍ତି ୧୦୧ ଜଣ । ଆଜି ଖୋର୍ଦ୍ଧାରୁ ୩୩୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେବଳ ଖୋର୍ଦ୍ଧା ଜିଲ୍ଲାକୁ ବାଦ୍‌ ଦେଇ ଅନ୍ୟ ସବୁ ଜିଲ୍ଲାରେ ୧୦୦ ତଳେ ରହିଛି ସଂକ୍ରମଣ ।