କରୋନା ଅପଡେଟ: ୨୪ ଘଣ୍ଟାରେ ରାଜ୍ୟରୁ ୫୨୧ ଜଣ ଆକ୍ରାନ୍ତ ଚିହ୍ନଟ

କରୋନା ଅପଡେଟ: ୨୪ ଘଣ୍ଟାରେ ରାଜ୍ୟରୁ ୫୨୧ ଜଣ ଆକ୍ରାନ୍ତ ଚିହ୍ନଟ

ଗତ ୨୪ ଘଣ୍ଟାରେ ରାଜ୍ୟରୁ ୫୨୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୩୩ହଜାର ୮୦୯ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୦୪ ଜଣ କ୍ୱାରେଣ୍ଟାଇନରୁ ଟିହ୍ନଟ ହୋଇଥିବା ବେଳେ ୨୧୭ ଜଣ ସ୍ଥାନୀୟ ଅଞ୍ଚଳରୁ । ସେହିପରି ୧୮ ବର୍ଷରୁ କମ୍ ବୟସର ୬୫ ଜଣ ଆକ୍ରାନ୍ତ ରହିଛନ୍ତି। ସୂଚନା ଅନୁସାରେ, ବର୍ତ୍ତମାନ ରାଜ୍ୟରେ ମୋଟ ୧୦ଲକ୍ଷ ୩୩ହଜାର ୮୦୯ ଜଣ କରୋନା ଆକ୍ରାନ୍ତ ଟିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫୩୧୪ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦ଲକ୍ଷ ୨୦ହଜାର ୧୬୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜି ସର୍ବାଧିକ ରୋଗୀ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି।ଖୋର୍ଦ୍ଧାରୁ ୨୪୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ଆଜି ରାଜ୍ୟରେ କରୋନାରେ ୬ ଜଣଙ୍କ ମୃତ୍ୟୁ ହୋଇଛି।