୨୪ ଘଣ୍ଟାରେ ରାଜ୍ୟରୁ ୨୭୬ ଜଣ କରୋନା ପଜିଟିଭ ଚିହ୍ନଟ

୨୪ ଘଣ୍ଟାରେ ରାଜ୍ୟରୁ ୨୭୬ ଜଣ କରୋନା ପଜିଟିଭ ଚିହ୍ନଟ

ରାଜ୍ୟରେ କମିଛି କରୋନା ସଂକ୍ରମଣ। ଗତ କିଛିଦିନ ହେବ ଦୈନିକ ସଂକ୍ରମଣ ସଂଖ୍ୟା ୩୦୦ ରୁ ତଳକୁ ରହୁଛି। ତେବେ ଆଜି ମଧ୍ୟ ରାଜ୍ୟରୁ ୨୭୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତିି । କେବଳ ଖୋର୍ଦ୍ଧାରୁ ୧୩୮ଟି ନୂଆ କେସ୍‌ ରହିଛି । ଯାହା ମୋଟ ଆକ୍ରାନ୍ତଙ୍କ ୫୦ ପ୍ରତିଶତ । ୨୭୬ ସଂକ୍ରମିତଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସ୍କର ୫୫ଜଣ ଅଛନ୍ତି । ସେହିପରି ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୯ ହଜାର ୫୯ ହଜାର ୭୭୪ କୋଭିଡ ଟେଷ୍ଟିଂ ହୋଇଛି । ରାଜ୍ୟରେ ମୋଟ ଆକ୍ଟିଭ୍‌ କେସ୍‌ ୩ ହଜାର ୧୩୪ ରହିଛି।

ଏହାସହ ରାଜ୍ୟରେ ଆଜି ୪ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୮୩୬୧କୁ ବୃଦ୍ଧି ପାଇଛି। କରୋନାରେ ପ୍ରାଣ ହରାଇଥିବା ଆଉ ୪ ଜଣ ମଧ୍ୟରୁ ଅନୁଗଳ ଜିଲ୍ଲାରୁ ୧ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି। ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ୨ ଜଣ, ଗଞ୍ଜାମ ଜିଲ୍ଲାରୁ ୧ ଜଣ ଓ ପୁରୀ ଜିଲ୍ଲାରୁ ଜଣେ କରୋନା ସଂକ୍ରମିତଙ୍କ ପ୍ରାଣହାନି ଘଟିଛି।