ରାଜ୍ୟରେ ସାମାନ୍ୟ ବଢିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା,୨୪ ଘଣ୍ଟାରେ ୩୩୫ ଜଣ ପଜିଟିଭ ଚିହ୍ନଟ

ରାଜ୍ୟରେ ସାମାନ୍ୟ ବଢିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା,୨୪ ଘଣ୍ଟାରେ ୩୩୫ ଜଣ ପଜିଟିଭ ଚିହ୍ନଟ

 

ରାଜ୍ୟରେ ସାମାନ୍ୟ ବଢିଛି କରୋନା ସଂକ୍ରମଣ। କିଛିଦିନ ହେବ ୨୦୦ ରୁ ତଳେ ରହିଥିଲା ଆକ୍ରାନ୍ତଙ୍କ ସଂଖ୍ୟା, ହେଲେ ଆଜି ହଠାତ୍ ୩୦୦ ଉପରେ କରୋନା ପଜିଟିଭ ଚିହ୍ନଟ ହେବ ନିହାତି ଚିନ୍ତାର ବିଷୟ। ଗତ ୨୪ ଘଣ୍ଟାରେ ରାଜ୍ୟରୁ ୩୩୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତିି। କେବଳ ଖୋର୍ଦ୍ଧାରୁ ୧୪୧ ନୂଆ କେସ୍‌ ରହିଛି । ଯାହା ମୋଟ ଆକ୍ରାନ୍ତଙ୍କ ୪୨.୦୮ ପ୍ରତିଶତ । ସଂକ୍ରମିତଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସ୍କର ୪୭ ଜଣ ରହିଛନ୍ତି । ୨୪ ଘଣ୍ଟାରେ ୬୨ ହଜାର ୬୧୯ କୋଭିଡ ଟେଷ୍ଟିଂ ହୋଇଛି । ରାଜ୍ୟରେ ମୋଟ ଆକ୍ଟିଭ୍‌ କେସ୍‌ ରହିଛି ୨ ହଜାର ୪୦୩ । ଅନ୍ଯପଟେ ରାଜ୍ୟରେ ଗତ ୨୪ ଘଣ୍ଟାରେ ୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୦ ଲକ୍ଷ ୪୮ ହଜାର ୦୦୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଭିତରୁ ୧୦ ଲକ୍ଷ ୩୭ ହଜାର ୧୫୨ ଜଣ ସୁସ୍ଥ ହୋଇଛନ୍ତି।