ସ୍କୁଲ ପାଇଁ କାଳ ସାଜିଛି କରୋନା

ସ୍କୁଲ ପାଇଁ କାଳ ସାଜିଛି କରୋନା

ରାଜ୍ୟରେ ସ୍କୁଲ ଖୋଲିବା ପରେ ଛାତ୍ରଛାତ୍ରୀଙ୍କ ସହ ଶିକ୍ଷକ ପ୍ରଭାବିତ ହେଉଥିବା ଦେଖିବାକୁ ମିଳିଛି।ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସ୍ଥିତ ସିଦ୍ଧେଶ୍ୱରୀ ଉଚ୍ଚ ବିଦ୍ୟାଳୟରେ ୫ ଛାତ୍ରଛାତ୍ରୀ କରୋନା ସଂକ୍ରମଣ ହୋଇଛନ୍ତି । ସେହିପରି ସ୍କୁଲର ଜଣେ ଶିକ୍ଷୟତ୍ରୀ ମଧ୍ୟ କରୋନା ରେ ଆକ୍ରାନ୍ତ ହୋଇଛନ୍ତି । କରୋନା ଚିହ୍ନଟ ହେବା ପରେ ଉକ୍ତ ସ୍କୁଲକୁ ୭ ଦିନ ପାଇଁ ଜିଲ୍ଲା ପ୍ରଶାସନ ବନ୍ଦ କରିଛି । ସ୍କୁଲରେ ୭୦ ଜଣ ଛାତ୍ରଛାତ୍ରୀ ଓ ୧୦ ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କର କରୋନା ପରୀକ୍ଷା ହୋଇଥିଲା । 

ସେପଟେ ପୂର୍ବରୁ ଢେଙ୍କାନାଳ ଓ ବରଗଡର ୨ଟି ସ୍କୁଲରେ ୩୪ ପିଲା କରୋନା ସଂକ୍ରମିତ ହୋଇଥିଲେ । ଫଳରେ ସେହି ସ୍କୁଲଗୁଡ଼ିକୁ ୭ ଦିନ ପାଇଁ ବନ୍ଦ କରିଦିଆଯାଇଥିଲା । ତେବେ ସ୍କୁଲ ଖୋଲୁ ଖୋଲୁ ଏପରି ସଂକ୍ରମଣ ବୃଦ୍ଧି ହେବା ଅଭିଭାବକଙ୍କୁ ଚିନ୍ତାରେ ପକାଇଇଛି ।