ପୁଣିଥରେ IPLରେ କରୋନାର କହର; ଟି ନଟରାଜନ ହେଲେ ପଜିଟିଭ

ପୁଣିଥରେ IPLରେ କରୋନାର କହର; ଟି ନଟରାଜନ ହେଲେ ପଜିଟିଭ

IPL ଉପରେ ପୁଣି କରୋନାର କଳାବାଦଲ । ସନ୍‌ ରାଇଜର୍ସ ହାଇଦ୍ରାବାଦର ଫାଷ୍ଟ ବୋଲର ଟି ନଟରାଜନ କରୋନା ସଂକ୍ରମିତ ହୋଇଛନ୍ତି । ଆଜି ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ୍‌ ଖେଳାଯିବାକୁ ଅଛି । ନଟରାଜନ କରୋନା ସଂକ୍ରମିତ ହେବାପରେ ମ୍ୟାଚ୍‌ ଖେଳାଯିବ କି ନାହିଁ ସେନେଇ ସନ୍ଦେହ ଦେଖା ଦେଇଛି ।

ଟି ନଟରାଜନ କରୋନା ସଂକ୍ରମିତ ହୋଇଥିବା ବେଳେ ତାଙ୍କ ସଂସ୍ପର୍ଶରେ ଆସିଥିବା ୬ ଜଣ ଆଇସୋଲେସନରେ ରହିଛନ୍ତି । ସେମାନଙ୍କ ମଧ୍ୟରେ ଜଣେ କ୍ରିକେଟର ସାମିଲ ଥିବା ବେଳେ ୫ ଜଣ ସପୋର୍ଟ ଷ୍ଟାଫ୍‌ ସାମିଲ ରହିଛନ୍ତି । ଅଲ୍‌ରାଉଣ୍ଡର ବିଜୟ ଶଙ୍କର ବର୍ତ୍ତମାନ ଆଇସୋଲେସନରେ ରହିଛନ୍ତି । ତାଙ୍କ ସହ ଟିମ୍‌ ମ୍ୟାନେଜର ବିଜୟ କୁମାର, ଫିଜିଓଥେରାପିଷ୍ଟ ଶ୍ୟାମ ସୁନ୍ଦର, ଡାକ୍ତର ଅଞ୍ଜନା ବନନ୍‌, ଲୋଜଷ୍ଟିକ୍‌ ମ୍ୟାନେଜର ତୁଷାର ଖେଡ଼କର୍‌, ଓ ନେଟ୍‌ ବୋଲର ପେରିଆସାମି ଗଣେଶନ ଆଇସୋଲେସନରେ ରହିଛନ୍ତି ।

ସନ୍‌ ରାଇଜର୍ସ ହାଇଦ୍ରାବାଦଦଳର ଅନ୍ୟସଭିଁଙ୍କ RTPCR ରିପୋର୍ଟ ନେଗେଟିଭ୍‌ ଆସିଛି । ଏହାକୁ ନେଇ ଆଇପିଏଲର ଅଫିସିଆଲର ୱେବସାଇଟ୍‌ରେ ଟ୍ବିଟ୍‌ କରି ସୂଚନା ଦିଆଯାଇଛି ।