ପୁଣି ଚୀନରେ କାୟା ବିସ୍ତାର କଲାଣି କରୋନା, ବିମାନ ଚଳାଚଳ ବନ୍ଦ ସାଙ୍ଗକୁ ଲକ୍ ଡାଉନ୍ ଲାଗୁ

ପୁଣି ଚୀନରେ କାୟା ବିସ୍ତାର କଲାଣି କରୋନା, ବିମାନ ଚଳାଚଳ ବନ୍ଦ ସାଙ୍ଗକୁ ଲକ୍ ଡାଉନ୍ ଲାଗୁ

ଚୀନକୁ ପୁଣି ଫେରିଛି କରୋନା ଭାଇରସ। ଚୀନରେ ଗତ କିଛିଦିନ ହେଲା ଲଗାତାର ସଂକ୍ରମଣ ମାମଲା ବୃଦ୍ଧି ପାଇବାରେ ଲାଗିଛି। ତେବେ ସଂକ୍ରମଣ ବୃଦ୍ଧି ଚୀନ ସରକାରଙ୍କ ଚିନ୍ତା ବଢେଇ ଦେଇଛି ଏବେ। ଦେଶରେ କରୋନାକୁ ନିନ୍ତ୍ରଣଙ୍କୁ ଆଣିବା ପାଇଁ କଟକଣା କଡ଼ାକଡ଼ି କରାଯାଇଛି। କେତେକ ସ୍ଥାନରେ ସ୍କୁଲ ବନ୍ଦ କରାଯାଇଥିବା ବେଳେ ବିମାନ ଚଳାଚଳ ବନ୍ଦ କରାଯାଇଥିବାର ଜଣାପଡ଼ିଛି। ଏହାସହ କେତେକ ସ୍ଥାନରେ ପୁଣି ଲକଡାଉନ ଜାରି କରାଯାଇଛି। ଚୀନର ଉତ୍ତର ଓ ଉତ୍ତର-ପଶ୍ଚିମ ଅଞ୍ଚଳରେ ସଂକ୍ରମଣ ମାମଲା ଅଧିକ ବୃଦ୍ଧି ପାଇଛି। ତେବେ ଚୀନରେ କରୋନା ସଂକ୍ରମଣ ପୁଣି ଥରେ ବୃଦ୍ଧି ପାଇଁ ବାହାରୁ ଆସୁଥିବା ଯାତ୍ରୀଙ୍କୁ ଦାୟୀ କରିଛି ସ୍ଥାନୀୟ ସରକାର। ଏବେ ପର୍ଯ୍ୟଟନ କ୍ଷେତ୍ର ବନ୍ଦ କରାଯାଇଥିବା ବେଳେ ସମୂହ କରୋନା ପରୀକ୍ଷା କରାଯାଉଛି। ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନଥିଲେ ଘରୁ ବାହାରିବାକୁ ସମ୍ପୂର୍ଣ୍ଣ ଭାବେ ମନା କରାଯାଇଛି। ସଂକ୍ରମଣ ବଢୁଥିବାରୁ ଜି ଓ ଲାନଜୁ ଅଞ୍ଚଳରେ ପ୍ରାୟ ୬୦ପ୍ରତିଶତ ବିମାନ ଚଳାଚଳକୁ ବାତିଲ କରିଦିଆଯାଇଛି।