ଖୁବ୍‌ଶୀଘ୍ର ପିଲାଙ୍କୁ ଦିଆଯିବ କୋରୋନା ଟିକା, ଅନୁମୋଦନ ଦେଲେ ସରକାର

ଖୁବ୍‌ଶୀଘ୍ର ପିଲାଙ୍କୁ ଦିଆଯିବ କୋରୋନା ଟିକା, ଅନୁମୋଦନ ଦେଲେ ସରକାର

ଦେଶରେ ଖୁବ୍‌ଶୀଘ୍ର ପିଲାଙ୍କୁ ଦିଆଯିବ କୋରୋନା ଟିକା। ୨ରୁ ୧୮ ବର୍ଷର ସମସ୍ତ ପିଲାଙ୍କୁ ଦିଆଯିବ କୋଭାକ୍ସିନ ଟିକା। କୋଭାକ୍ସିନ ଟିକା ପିଲାମାନଙ୍କୁ ଦେବା ପାଇଁ ଅନୁମତି ଦେଲେ କେନ୍ଦ୍ର ସରକାର। କୋଭାକ୍ସିନ ଟିକାକୁ ଅନୁମୋଦନ କଲା DCGI। ଖୁବ୍‌ଶୀଘ୍ର ପିଲାଙ୍କୁ କରାଯିବ ଟିକାକରଣ। ଟିକାକରଣ ପାଇଁ ସରକାର ଜାରି କରିବେ ଗାଇଡଲାଇନ୍। କୋଭାକ୍ସିନ ଟିକା ପିଲାମାନଙ୍କୁ ଦିଆଯିବା ପୂର୍ବରୁ ତିନିଟି ବୟସ ଗ୍ରୁପରେ ପରୀକ୍ଷା କରାଯାଇଛି। ପ୍ରଥମ ପରୀକ୍ଷଣ ୧୨ ରୁ ୧୮ ବର୍ଷ ପିଲାଙ୍କ ମଧ୍ୟରେ ହୋଇଥିବା ବେଳେ ଦ୍ଵିତୀୟରେ ୬-୧୨ ଓ ତୃତୀୟରେ ୨-୬ ବର୍ଷ ପିଲାଙ୍କ ମଧ୍ୟରେ ପରୀକ୍ଷଣ ହୋଇଛିl