୧୫ରୁ ୧୮ ବର୍ଷ ବୟସର ପିଲା ନେବେ କୋଭିଡ଼ ଟିକା, କୋ-ଓ୍ଵିନ ଆପରେ ଜାନୁଆରୀ ୧ରୁ ରେଜିଷ୍ଟ୍ରେସନ ଆରମ୍ଭ

୧୫ରୁ ୧୮ ବର୍ଷ ବୟସର ପିଲା ନେବେ କୋଭିଡ଼ ଟିକା, କୋ-ଓ୍ଵିନ ଆପରେ ଜାନୁଆରୀ ୧ରୁ ରେଜିଷ୍ଟ୍ରେସନ ଆରମ୍ଭ

ରାଜ୍ୟରେ ୧୫ରୁ ୧୮ ବର୍ଷ ବୟସର ପିଲା କୋଭିଡ଼ ଟିକା ନେବା ପାଇଁ ଉଭୟ ଅନଲାଇନ ଓ ଅନସାଇଟ୍‌ରେ ବୁକ୍‌ କରିପାରିବେ । ଏହାଛଡ଼ା ପିଲାମାନେ କୋ-ଓ୍ଵିନ ଆପ୍‌ ଜରିଆରେ ମଧ୍ୟ ପଞ୍ଜିକରଣ କରିପାରିବେ। ପିଲାମାନଙ୍କ ପାଇଁ ଅଲଗା ଟିକାକରଣ ଟିମ୍‌ ଓ ଲାଇନ ହେବ । କୋ-ଓ୍ଵିନ ଆପରେ ଜାନୁଆରୀ ୧ରୁ ରେଜିଷ୍ଟ୍ରେସନ ଆରମ୍ଭ ହେବ। ଜାନୁଆରୀ ୩ରୁ ଅନସାଇଟ ରେଜିଷ୍ଟ୍ରେସନ କରିପାରିବେ। ୧୫ରୁ ୧୮ ବର୍ଷ ପିଲାଙ୍କ ପାଇଁ ସ୍ୱତନ୍ତ୍ର ଟିକାକରଣ କେନ୍ଦ୍ର ଖୋଲାଯିବ । ଯେଉଁଠି ସ୍ୱତନ୍ତ୍ର ଟିକାକରଣ କେନ୍ଦ୍ର ଖୋଲିବା ସମ୍ଭବ ନହେବ, ସେଠାରେ ପୂର୍ବରୁ ଥିବା ଟିକାକରଣ କେନ୍ଦ୍ରରେ ସକାଳ ୮ରୁ ଗୋଟାଏ ମଧ୍ୟରେ ଟିକା ଦିଆଯିବ । ବାକି ସମସ୍ତଙ୍କୁ ଅପରାହ୍ନରେ ଟିକା ଦିଆଯିବ । ଏହାସହ ବୟସ୍କମାନଙ୍କୁ ବୁଷ୍ଟର ଡୋଜ ଦେବା ପାଇଁ ପ୍ରସ୍ତୁତି ସାରିଛି।