ମୀନା ବଜାର ବୁଲୁଛନ୍ତି ହଜାର ହଜାର ଲୋକେ : ନା ଅଛି ସାମାଜିକ ଦୂରତା ନା କାହା ମୁହଁରେ ମାସ୍କ

ମୀନା ବଜାର ବୁଲୁଛନ୍ତି ହଜାର ହଜାର ଲୋକେ : ନା ଅଛି ସାମାଜିକ ଦୂରତା ନା କାହା ମୁହଁରେ ମାସ୍କ
ମୀନା ବଜାର ବୁଲୁଛନ୍ତି ହଜାର ହଜାର ଲୋକେ : ନା ଅଛି ସାମାଜିକ ଦୂରତା ନା କାହା ମୁହଁରେ ମାସ୍କ

ଉଦଳା, ୩୦/୦୮: ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ମାସର ଗାଇଡଲାଇନ୍‌ ଅନୁସାରେ କିଛିଟା କଟକଣା କୋହଳ କରାଯାଇଛି । ହେଲେ ଏଭଳି କ୍ଷେତ୍ରରେ କରୋନା ସ୍ଥିତିରେ ସୁଧାର ଆସିବା ପରିବର୍ତେ କିଛି ସ୍ଥାନରେ କରୋନାକୁ ନିମନ୍ତ୍ରଣ କରାଯାଉଥିବା ଦେଖିବାକୁ ମିଳିଛି । ଉଦଳା ଠାରେ ଦେଖିବାକୁ ମିଳିଛି ଏଭଳି ଚିତ୍ର । ଯାହାକୁ ଦେଖିଲେ ଆପଣ ବି କହିବେ ଆଗାମୀ ଦିନରେ ସ୍ଥିତି କେତେ ସାଂଘାତିକ ହୋଇପାରିବ ।

ସୂଚନା ଅନୁସାରେ, ଉଦଳା ଅତୁଲ ବାବୁଙ୍କ ପଡିଆ ଠାରେ ଆୟୋଜିତ ହୋଇଛି ଉତ୍କଳ ମୀନା ବଜାର । ଏହି ମୀନା ବଜାରରେ ହଜାର ହଜାର ଲୋକଙ୍କ ସମାଗମ ହେଉଛି । ପୁରା ଖଚାଖଚ ଲୋକଙ୍କ ଭିଡ ରହିଥିବା ବେଳେ ଏଠାରେ ଉଡୁଛି କୋଭିଡ ନିୟମର ଧଜିଆ । କାହାରି ମୁହଁରେ ନା ଅଛି ମାସ୍କ, ନା ଅଛି ସାମାଜିକ ଦୂରତ୍ବ । ତୃତୀୟ ଲହର ନେଇ ସମସ୍ତେ ଚିନ୍ତାରେ ଥିବା ବେଳେ ଏଠାରେ କିନ୍ତୁ ଲୋକଙ୍କ ମନରେ ଟିକେ ହେଲେ ଭୟ ନ ଥିବା ଦେଖାଯାଇଛି ।

ଛୋଟ ଛୋଟ ପିଲାମାନଙ୍କ ଠାରୁ ଆରମ୍ଭ କରି ସମସ୍ତେ ଏହି ମେଳାରେ ବୁଲୁଛନ୍ତି । ସବୁଠାରୁ ବଡ କଥା ଉଦଳା ବଜାରରେ ଏଭଳି ଚିତ୍ର ଦେଖିବାକୁ ମିଳିଥିବା ବେଳେ ସ୍ଥାନୀୟ ପୋଲିସ କିମ୍ବା ପ୍ରଶାସନ କେହି ସେଥିପ୍ରତି ନଜର ଦେଉନାହାଁନ୍ତି । ଯାହାକି ସିଧାସଳଖ କରୋନାକୁ ବା ତୃତୀୟ ଲହରକୁ ନିମନ୍ତ୍ରଣ ବୋଲି କୁହାଯାଇପାରିବ । ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ମଧ୍ୟ ପ୍ରକାଶ ପାଇଛି ।