କରୋନା ସଂକ୍ରମିତ ବିଜେପି ବିଧାୟକଙ୍କ ପରଲୋକ...

କରୋନା ସଂକ୍ରମିତ ବିଜେପି ବିଧାୟକଙ୍କ ପରଲୋକ...

କରୋନା ଦ୍ୱାରା ସଂକ୍ରମିତ ହୋଇ ଦେଶର ଅନେକ ରାଜନୈତିକ ବ୍ୟକ୍ତିବିଶେଷ ଇତିମଧ୍ୟରେ ପ୍ରାଣ ହରାଇଛନ୍ତି । ଏବେ ଏହିଭଳି ଏକ ଦୁଃଖଦ ଖବର ଉତ୍ତରପ୍ରଦେଶ ରୁ ଆସିଛି । ଖବର ଅନୁସାରେ, ଉତ୍ତରପ୍ରଦେଶ ସଲୋନ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦଳ ବାହାଦୂର କୋରୀଙ୍କ ଦେହାନ୍ତ ହୋଇଯାଇଛି । କିଛି ଦିନ ତଳେ ବାହାଦୂର କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ, ମାତ୍ର ବରିଷ୍ଠ ତଥା ଅଭିଜ୍ଞ ଡାକ୍ତରମାନଙ୍କର ସମସ୍ତ ପ୍ରଚେଷ୍ଟା ସତ୍ତ୍ୱେ ଆଜି ତାଙ୍କର ପରଲୋକ ହୋଇଛି । କିଛିଦିନ ପୂର୍ବରୁ ଔରେୟାର ବିଜେପି ବିଧାୟକ ରମେଶ ଦିବାକର ଏବଂ ଲକ୍ଷ୍ନୌ ପଶ୍ଚିମରୁ ବିଧାୟକ ସୁରେଶ ଶ୍ରୀବାସ୍ତବ ଙ୍କର ମଧ୍ୟ ମହାମାରୀ କରୋନାରେ ମୃତ୍ୟୁ ହୋଇସାରିଛି ।