ଡ୍ୟାନ୍ସ ଦିୱାନେ ଶୋ’ ଉପରେ ଜାତିଆଣ ଅଭିଯୋଗ ଆଣିଲେ ଆସାମ ସିଏସ୍, ପ୍ରତିଯୋଗୀଙ୍କୁ ‘ମୋମୋ’ କହିବା ରାଘବ ଜୁୟାଲଙ୍କୁ ପଡିଲା ଭାରି

ଡ୍ୟାନ୍ସ ଦିୱାନେ ଶୋ’ ଉପରେ ଜାତିଆଣ ଅଭିଯୋଗ ଆଣିଲେ ଆସାମ ସିଏସ୍, ପ୍ରତିଯୋଗୀଙ୍କୁ ‘ମୋମୋ’ କହିବା ରାଘବ ଜୁୟାଲଙ୍କୁ ପଡିଲା ଭାରି
ଡ୍ୟାନ୍ସ ଦିୱାନେ ଶୋ’ ଉପରେ ଜାତିଆଣ ଅଭିଯୋଗ ଆଣିଲେ ଆସାମ ସିଏସ୍, ପ୍ରତିଯୋଗୀଙ୍କୁ ‘ମୋମୋ’ କହିବା ରାଘବ ଜୁୟାଲଙ୍କୁ ପଡିଲା ଭାରି

ମୁମ୍ବାଇ ୧୭/୧୧: ଟିଭିର ପ୍ରସିଦ୍ଧ ଡ୍ୟାନ୍ସ ଶୋ’ ଡ୍ୟାନ୍ସ ଦିୱାନେ ପୁଣି ଥରେ ବିବାଦ ମଧ୍ୟରେ ଛନ୍ଦି ହୋଇଯାଇଛି। ଶୋ’ରେ ରାଘବ ଜଣେ ଆସାମ ପ୍ରତିଯୋଗୀଙ୍କୁ ପରିଚୟ କରୁଥିବା ସମୟରେ ଏପରି କିଛି ଶବ୍ଦ ବ୍ୟବହାର କରିଛନ୍ତି। ଯାହାକୁ ଲୋକମାନେ ଆଦୌ ପସନ୍ଦ କରୁ ନାହାଁନ୍ତି। ଶୋ’ରେ ରାଘବ ଆସାମ ଝିଅଙ୍କୁ ମୋମୋ, ଚାଉମିନ୍ ଏବଂ ଗିବରିଶ ଚାଇନିଜ କହିଛନ୍ତି। ଯାହାପରେ ରାଘବଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ସହିତ ଲୋକମାନେ ଜାତିଆଣ ମନ୍ତବ୍ୟ ଦେଇଥିବାରୁ ତାଙ୍କୁ ଟ୍ରୋଲ କରୁଛନ୍ତି। ଏପରିକି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମା ମଧ୍ୟ ଏହି ପ୍ରସଙ୍ଗରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ମାମଲା ବଢୁଥିବା ଦେଖି ଶୋ’ର ହୋଷ୍ଟ ରାଘବ ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେଇଛନ୍ତି।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ରାଘବ ଜୁୟାଲ ଗୁଆହାଟି ଆସାମର ପ୍ରତିଯୋଗୀ ଗୁଞ୍ଜନ ସକ୍ସେନାଙ୍କୁ ମଞ୍ଚକୁ ନିମନ୍ତ୍ରଣ କରିଛନ୍ତି। ଏହା ସହିତ, ସେ ତାଙ୍କୁ ଏକ ଅଜବ ଭାଷାରେ ଡାକିବାର ଦେଖାଯାଇଛି ଏବଂ ରାଘବ ଏହି ସମୟରେ ମୋମୋ,ଚାଉମିନ ଏବଂ ଗିବିରିଶ୍ ଚାଇନିଜ୍ ଶବ୍ଦକୁ ବ୍ୟବହାର କରିଛନ୍ତି। ଲୋକମାନେ ରାଘବଙ୍କ ଏହି ଭିଡିଓକୁ ଆଦୌ ପସନ୍ଦ କରୁନାହାଁନ୍ତି। ଲୋକମାନେ ଟ୍ରୋଲ କରି ତାଙ୍କୁ ପ୍ରଶ୍ନ କରୁଛନ୍ତି ଯେ ତାଙ୍କୁ କିଏ କହିଛି, ଏହି ଉପାୟରେ ଦେଶର ଲୋକଙ୍କୁ ଚାଇନିଜ୍ କହିବାକୁ।

ସେହିପରି ଆସାମର ସିଏସ୍ ହିମନ୍ତ ବିଶ୍ୱ ସର୍ମା ଏହି ପୁରା ମାମଲାକୁ ଲଜ୍ଜାଜନକ ବୋଲି କହିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, ‘ମୋର ନଜରକୁ ଆସିଛି ଯେ ଲୋକପ୍ରିୟ ରିଆଲିଟି ଶୋ’ର ହୋଷ୍ଟ ରାଘବ ଗୁଆହାଟିର ଜଣେ ପ୍ରତିଯୋଗୀ ବିରୋଧରେ ଜାତିଆଣ ଶବ୍ଦ ବ୍ୟବହାର କରିଛନ୍ତି। ଏହା ଲଜ୍ଜାଜନକ ଏବଂ ସଂପୂର୍ଣ୍ଣ ଗ୍ରହଣୀୟ ନୁହେଁ। ଆମ ଦେଶରେ ଜାତିବାଦର କୌଣସି ସ୍ଥାନ ନାହିଁ ଏବଂ ଆମେ ସମସ୍ତେ ଏହାକୁ ନିର୍ଦ୍ଦିଷ୍ଟ ଭାବରେ ନିନ୍ଦା କରିବା ଉଚିତ୍।’