ହୃଦଘାତରେ କାର୍ଯ୍ୟରତ ଯବାନଙ୍କ ମୃତ୍ୟୁ, ଗାଁରେ ଶୋକାକୂଳ ପରିବେଶ

ହୃଦଘାତରେ କାର୍ଯ୍ୟରତ ଯବାନଙ୍କ ମୃତ୍ୟୁ, ଗାଁରେ ଶୋକାକୂଳ ପରିବେଶ
ହୃଦଘାତରେ କାର୍ଯ୍ୟରତ ଯବାନଙ୍କ ମୃତ୍ୟୁ, ଗାଁରେ ଶୋକାକୂଳ ପରିବେଶ

ଟାଙ୍ଗୀ ୧୦/୧୦: ହୃଦଘାତରେ ବୀର ଯବାନଙ୍କ ମୃତ୍ୟୁ । ମୃତ ଯବାନ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ବ୍ଲକର ବିଷ୍ଣୁଡିହ ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ଖଣତ ଗ୍ରାମର ଦେବପ୍ରକାଶ ମହାରଣା (ଅବସର ପ୍ରାପ୍ତ ସେନା କର୍ମଚାରୀ)ଙ୍କ ବଡପୁଅ ଜ୍ୟୋତି ପ୍ରକାଶ ମହାରଣା( ୨୭)।

ଭାରତୀୟ ସେନାବାହିନୀରେ ଜଣେ ଯବାନ ଥିଲେ।  ୨୦୧୬ ମସିହାରେ ଜ୍ୟୋତି ପ୍ରକାଶ ମହାରଣା ଆର୍ମିରେ ଯୋଗ ଦେଇଥିଲେ । ପଞ୍ଜାବର ଭାଟିଣ୍ଡା ସ୍ଥିତ  ୨୩ ମେକାନାଇଜଡ୍ ଇନ୍ଫେଣ୍ଟେରୀରେ କାର୍ଯ୍ୟରତ ଥିବା ବେଳେ ଗତ ଶୁକ୍ରବାର ରାତିରେ ହଠାତ୍ ହୃଦଘାତରେ ଶିକାର ହୋଇଥିଲେ ଜ୍ୟୋତି ପ୍ରକାଶ ମହାରଣା ।

ଚିକିତ୍ସଧୀନ ଅବସ୍ଥାରେ ଯବାନ ଜ୍ୟୋତି ପ୍ରକାଶଙ୍କ ମୃତ୍ୟୁ ହୋଇଥିଲା। ରବିବାର ରାତି ୧୨ଟା ସୁଦ୍ଧା ତାଙ୍କର ମରଶରୀର ନିଜ ଗାଁର ପହଞ୍ଚିବ।  ଏହି ଖବର ଶୁଣିବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।