ସ୍ବାଧୀନତା ସଂଗ୍ରାମୀ ବନମାଳୀ ମହାପାତ୍ରଙ୍କ ଦେହାନ୍ତ

ସ୍ବାଧୀନତା ସଂଗ୍ରାମୀ ବନମାଳୀ ମହାପାତ୍ରଙ୍କ ଦେହାନ୍ତ
ସ୍ବାଧୀନତା ସଂଗ୍ରାମୀ ବନମାଳୀ ମହାପାତ୍ରଙ୍କ ଦେହାନ୍ତ

ନୀଳଗିରି ୧୪।୧୨: ନୀଳଗିରି ବ୍ଲକ୍ ଅଧିନ ଗୋବର୍ଦ୍ଧନପୁର ଅଞ୍ଚଳର ସ୍ବାଧୀନତା ସଂଗ୍ରାମୀ ବନମାଳୀ ମହାପାତ୍ରଙ୍କ ଦେହାନ୍ତ । ସୋମବାର ସକାଳ ୯ଟା ୩୦ମିନିଟରେ ଦେହାନ୍ତ ହୋଇଥିବା ଜଣାପଡିଛି । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

୧୯୨୩ ମସିହା ଅପ୍ରେଲ ୩ ତାରିଖରେ ଜନ୍ମଗ୍ରହଣ କରିଥିବା ବନମାଳୀ ମହାପାତ୍ରଙ୍କ ସ୍ବାଧୀନତା ସଂଗ୍ରାମ ବେଳେ ବହୁ ଅବଦାନ ଥିଲା । ଏପରିକି ସେ ଅଣବନ୍ଦୀ ସ୍ବାଧୀନତା ସଂଗ୍ରାମୀ ଭାବେ ଜଣାଶୁଣା ଥିଲେ । ବାର୍ଦ୍ଧକ୍ୟଜନିତ କାରଣରୁ ସେ ଅସୁସ୍ଥ ଥିଲେ । ତାଙ୍କର ଗୋଟିଏ ପୁଅ ଓ ତିନି ଝିଅ ଅଛନ୍ତି । 

ସ୍ବାଧୀନତା ସଂଗ୍ରାମୀ ବନମାଳୀ ମହାପାତ୍ରଙ୍କ ଦେହାନ୍ତରେ ସାଂସଦ ପ୍ରତାପ ଷଡଙ୍ଗୀ, ବିଧାୟକ ଇଂ ସୁକାନ୍ତ କୁମାର ନାୟକ, ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡଙ୍ଗୀ ଓ ଅକ୍ଷୟ କୁମାର ଆଚାର୍ଯ୍ୟ ସମେତ ଅଞ୍ଚଳବାସୀ ଶୋକପ୍ରକାଶ କରିଛନ୍ତି।