ଅଖା ଭିତରୁ ମିଳିଲା ମହିଳାଙ୍କ ମୃତଦେହ, ୩ ଅଟକ

ଅଖା ଭିତରୁ ମିଳିଲା ମହିଳାଙ୍କ ମୃତଦେହ, ୩ ଅଟକ
ଅଖା ଭିତରୁ ମିଳିଲା ମହିଳାଙ୍କ ମୃତଦେହ, ୩ ଅଟକ

ଜଗତସିଂହପୁର ୨୩।୧୨: ଅଖା ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର । ଜଗତସିଂହପୁର ଜିଲ୍ଲା ଏରସମା ଥାନା କୁଂଜକୋଠି ଅଜଗର ବେଦୀ ଗାଁରୁ ଠାବ ହୋଇଛି ମୃତଦେହ । ମୃତ ମହିଳାଙ୍କ ନାମ ବେଦୀ ଗାଁର ତୁଳସୀ ମଣ୍ଡଳ ବୋଲି ଜଣାପଡିଛି ।

 

ଖବର ଅନୁଯାୟୀ, ଗାଁର ଜଣେ ବ୍ୟକ୍ତିଙ୍କ ଘର ଭିତରେ ମହିଳାଙ୍କ ମୃତଦେହ ଅଖା ଭିତରେ ପଡିଥିଲା । ଏହା ଦେଖି ପୋଲିସକୁ ତୁରନ୍ତ ଖବର ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା । ତେବେ ମୃତ ମହିଳା ବେଦୀ ଗାଁର ତୁଳସୀ ମଣ୍ଡଳ ବୋଲି ଜଣାପଡିଛି । ତାଙ୍କୁ ହତ୍ୟା କରି ଫିଙ୍ଗାଯାଇଥିବା ଅନୁମାନ କରାଯାଉଛି ।

 

ସେପଟ  ଏରସମା ପୋଲିସ ଘଟଣାରେ ଛାନ୍‌ଭିନ୍‌ ଆରମ୍ଭ କରିଛି । ଏଥିରେ ସାମିଲ ଥିବା ସନ୍ଦେହ କରି ୩ଜଣଙ୍କୁ ଅଟକ ରଖି ଖୋଲତାଡ଼ ଜାରି ରଖିଛି । ତେବେ ମୁଖ୍ୟ ଅଭିଯୁକ୍ତ ବୋଲି ଅନୁମାନ କରାଯାଉଥିବା କଞ୍ଜ କୋଠି ଗାଁର ସଂଜୟ ଦାସ ଫେରାର ଥିବା ସୂଚନା ରହିଛି । ଏବେ ଯାଏଁ ହତ୍ୟା ପଛରେ କାରଣ ସ୍ପଷ୍ଟ ହୋଇନାହିଁ । ଏପିରିକି ଏହା ହତ୍ୟା ନା ଆଉ କିଛି । ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।