ଅଟୋ-ବାଇକ୍ ମଧ୍ୟରେ ଧକ୍କା, ଜଣେ ମୃତ

ଅଟୋ-ବାଇକ୍ ମଧ୍ୟରେ ଧକ୍କା, ଜଣେ ମୃତ
ଅଟୋ-ବାଇକ୍ ମଧ୍ୟରେ ଧକ୍କା, ଜଣେ ମୃତ

ଆନନ୍ଦପୁର ୧୫।୦୧: ଅଟୋ ଓ ବାଇକ୍ ମଧ୍ୟରେ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ନାଣ୍ଡୁ ପୂର୍ତ୍ତି ବୋଲି ଜଣାପଡିଛି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା କୂଳଡିହା ଗାଁ ନିକଟରେ ଘଟିଛି ଦୁର୍ଘଟଣା ।

ଖବର ଅନୁଯାୟୀ, କୂଳଡିହା ଗାଁ ନିକଟରେ ଅଟୋ ଓ ବାଇକ ମଧ୍ୟରେ ଧକ୍କା ହୋଇଛି । ଯାହାଫଳରେ ଜଣେ ବାଇକ୍‌ ଆରୋହୀ ଗୁରୁତର ହୋଇଥିଲା । ସେଠାରୁ ତାଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ତେବେ ମୃତ ଯୁବକଙ୍କ ନାମ ଗୟଳମୁଣ୍ଡା ଗାଁର ନାଣ୍ଡୁ ପୂର୍ତ୍ତି ବୋଲି ଜଣାପଡିଛି ।