ଏକାଠି ବଞ୍ଚିବେ ଓ ମରିବେ ବୋଲି କଥା ଦେଇଥିଲେ, ଗୋଟିଏ ଜୁଇରେ ଜଳିଲେ ସ୍ୱାମୀ-ସ୍ତ୍ରୀ…

ଏକାଠି ବଞ୍ଚିବେ ଓ ମରିବେ ବୋଲି କଥା ଦେଇଥିଲେ, ଗୋଟିଏ ଜୁଇରେ ଜଳିଲେ ସ୍ୱାମୀ-ସ୍ତ୍ରୀ…
ଏକାଠି ବଞ୍ଚିବେ ଓ ମରିବେ ବୋଲି କଥା ଦେଇଥିଲେ, ଗୋଟିଏ ଜୁଇରେ ଜଳିଲେ ସ୍ୱାମୀ-ସ୍ତ୍ରୀ…

ଭୋପାଳ, ୦୮/୦୨: ବିବାହ ସମୟରେ ପତି ଓ ପତ୍ନୀ ନେଇଥିଲେ ଶପଥ । ୭ ଜନ୍ମ ଯାଏଁ ରହିବେ ସାଧି ହୋଇ । କେହି କେହାରିକୁ ଛାଡିବେ ନାହିଁ । ଏକାଠି ବଞ୍ଚିବେ ଆଉ ଏକାଠି ଜୀବନ ବି ଯିବ । ଅନେକଙ୍କ କ୍ଷେତ୍ରରେ ଏଥିରେ ବ୍ୟତିକ୍ରମ ହୋଇପାରେ । କିନ୍ତୁ ମଧ୍ୟପ୍ରଦେଶର ଛିନ୍ଦଓ୍ୱାଡାରେ ରହୁଥିବା ଜଣେ ଦମ୍ପତ୍ତିଙ୍କ କ୍ଷେତ୍ରରେ ଏହା ସତ ହୋଇଛି । ୭ ଜନ୍ମ ଧରି ସାଥି ହୋଇ ରହିବାକୁ ପଣ କରିଥିବା ସ୍ୱାମୀ-ସ୍ତ୍ରୀ ଦୁହେଁ ଏକାଠି ଜୀବନ ହାରିଛନ୍ତି ମଧ୍ୟ । ସେମାନଙ୍କ ଜୁଇ ବି ଏକାଠି ଜଳିଛି ।

ସୂଚନାନୁସାରେ, ଏହି ଘଟଣା ମଧ୍ୟପ୍ରଦେଶର ଛିନ୍ଦଓ୍ୱାଡା ମାମଲାରେ ସାମ୍ନାକୁ ଆସିଛି । ଏଠାରେ ରହୁଥିବା ଜଣେ ବୃଦ୍ଧି ଦମ୍ପତ୍ତିଙ୍କ ଜୁଇ ଏକାଠି ଜଳିଛି । ରିପୋର୍ଟ ଅନୁସାରେ, ଛିନ୍ଦଓ୍ୱାଡାରେ ରହୁଥିଲେ ୯୫ ବର୍ଷୀୟ ଗଣେଶ ଲାଲ । ସୋମବାର ସକାଳେ ତାଙ୍କର ଦେହାନ୍ତ ହୋଇଯାଇଥିଲା । ଘରେ ଶୋକର ମାହୋଲ ଥିଲା । ମୃତଦେହକୁ ମଶାଣିକୁ ନେବା ପାଇଁ ପ୍ରସ୍ତୁତି ଚାଲିଥିଲା । କିନ୍ତୁ ସେହି ସମୟରେ ଗଣେଶଙ୍କ ୮୫ ବର୍ଷୀୟ ପତ୍ନୀ ଗୀତାଙ୍କର ବି ହଠାତ ପ୍ରାଣବାୟୁ ଉଡି ଯାଇଥିଲା । ପତ୍ନୀ ଗୀତା ମଧ୍ୟ ସ୍ୱାମୀଙ୍କୁ ଝୁରି ଝୁରି ଜୀବନ ହାରିଥିଲେ ।

ଶେଷରେ ଉଭୟଙ୍କର ଅନ୍ତିମ ସତ୍କାର କରାଯାଇଥିଲା । ତେବେ ପରିବାରର ଉଭୟ ବରିଷ୍ଠଙ୍କୁ ହରାଇ ଅନ୍ୟ ସଦସ୍ୟ ସବୁ ଭାଙ୍ଗି ପଡିଛନ୍ତି । ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ଏପରି ମୃତ୍ୟୁ ଖବରକୁ ନେଇ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଶୋକର ଛାୟା ଖେଳିଯାଇଛି ।