ମୃତ ମାଙ୍କଡ଼ର ଶବ ସତ୍କାର କଲେ ପୋଲିସ ଓ ସ୍ୱେଚ୍ଛାସେବୀ

ମୃତ ମାଙ୍କଡ଼ର ଶବ ସତ୍କାର କଲେ ପୋଲିସ ଓ ସ୍ୱେଚ୍ଛାସେବୀ
ମୃତ ମାଙ୍କଡ଼ର ଶବ ସତ୍କାର କଲେ ପୋଲିସ ଓ ସ୍ୱେଚ୍ଛାସେବୀ

ଚଣ୍ଡିଖୋଲ ୨୫।୦୮: ଆଜିର ସମାଜରେ ବଞ୍ଚିଛି ମାନବିକତା । ଆଉ ବଞ୍ଚିଛି ପଶୁମାନଙ୍କ ପ୍ରତି ଭଲପାଇବା । ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଞ୍ଚଳରୁ ସାମ୍ନାକୁ ଆସିଛି ଏମିତି ଏକ ଘଟଣା । ମୃତ ମାଙ୍କଡ଼ର ଶବ ସତ୍କାର କଲେ ପୋଲିସ ଓ ସ୍ୱେଚ୍ଛାସେବୀ ।

ବାଲିଚନ୍ଦ୍ରପୁର ଥାନା ନିକଟରେ ଏକ ଗଛ ରେ ଦୀର୍ଘ ଦିନ ଧରି ମାଙ୍କଡ଼ ଟି ରହି ଆସୁଥିଲା,  ହେଲେ ଆଜି ହଠାତ୍ ଗଛରେ ମାଙ୍କଡ଼ଟି ର ମୃତ୍ୟୁ ହୋଇଯାଇଥିଲା । ମୃତ ମାଙ୍କଡ଼କୁ ବାଲିଚନ୍ଦ୍ରପୁର ପୋଲିସ ଅଧିକାରୀ ଦେଖି କିଛି ସ୍ବେଛାସେବୀ ଲୋକଙ୍କୁ ଡାକି ମାଙ୍କଡ଼ର କେଉଁଭଳି ଶବ ସତ୍କାର କରାଯିବ ସେଥିପାଇଁ ପ୍ରସ୍ତୁତି କରିଥିଲେ । ମାଙ୍କଡ଼ ଦେହରେ ଗେଣ୍ଡୁହାର ପକାଇ ତାକୁ ଖାଇବାକୁ ଦେଇ ମାଟି ଖୋଳି  ପୋତିଥିଲେ । ଏଭଳି ଏକ ଦୃଶ୍ୟକୁ ଦେଖିଲେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବେ । ଯେଉଁ ସମାଜରେ ମଣିଷର ମୃତ୍ୟୁ ହେଲେ ସାହି ପଡିଶା ଏମିତିକି ଆତ୍ମୀୟ ପରିଜନମାନେ ଦୁରେଇ ଯାଉଛନ୍ତି । ଶବ ସତ୍କାର ହୋଇପାରୁନି,  ଦିନ ଦିନ ଧରି ମୃତଦେହ ପଡିରହୁଛି । ସେଠି ଏକ ପଶୁ ପ୍ରତି ଲୋକଙ୍କ ଭଲପାଇବା ଓ ମାନବିକତାକୁ ନେଇ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ଯାହାକି ମଣିଷ ସମାଜରେ ମଣିଷ ଭିତରେ ଥିବା ମାନବିକତାର ପରିଚୟ ଦେଇଛି।