ଗତକାଲି ଶ୍ୱଶୁର ଘରୁ ଫେରିଥିଲେ, ଆଜି ଟାୱାରରେ ଝୁଲୁଛି ମୃତଦେହ

ଗତକାଲି ଶ୍ୱଶୁର ଘରୁ ଫେରିଥିଲେ, ଆଜି ଟାୱାରରେ ଝୁଲୁଛି ମୃତଦେହ
ଗତକାଲି ଶ୍ୱଶୁର ଘରୁ ଫେରିଥିଲେ, ଆଜି ଟାୱାରରେ ଝୁଲୁଛି ମୃତଦେହ

ଯାଜପୁର, ୧୨/୧୦: ଯାଜପୁର ଜିଲ୍ଲା ବଡ଼ଚଣା ଥାନା ବନ୍ଦାଳ ପଞ୍ଚାୟତର ରାଣୀ ପୋଖରୀ ବିଲ ଭିତରେ ଥିବା ଏକ ବିଦ୍ୟୁତ ଟାୱାରରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତକ ସ୍ଥାନୀୟ ବନ୍ଦାଳ ଗ୍ରାମର ଧୀରେନ୍ଦ୍ର ନାୟକଙ୍କ ପୁଅ ଅନୀଲ ନାୟକ (୪୦) ବୋଲି ଜଣାପଡିଛି । କିଛି ଦିନ ପୂର୍ବରୁ ଅନିଲ ନିଜ ସ୍ତ୍ରୀ ଓ ପିଲାଛୁଆଙ୍କୁ ଧରି ଶ୍ୱଶୁର ଘରକୁ ଯାଇଥିଲେ । ଗତକାଲି ସେ ଘରକୁ ଫେରି ଆସିଥିବା ବେଳେ ଆଜି ସକାଳୁ ତାଙ୍କ ମୃତ ଦେହ ବିଦ୍ୟୁତ ଟାୱାରରେ ଝୁଲୁଥିବା ଦେଖିବାକୁ ମିଳିଥିଲା ।

ଖବର ପାଇ ବଡ଼ଚଣା ପୋଲିସ ସେଠାରେ ପହଁଚି ମୃତଦେହକୁ ଜବତ କରିବା ସହ ବ୍ୟବଛେଦ ଲାଗି ପଠାଇ ତଦନ୍ତ ଚଳାଇଛି । ସେ  ଆତ୍ମହତ୍ୟା  କରିଛନ୍ତି ନା  ତାଙ୍କୁ କେହି ହତ୍ୟାକରି ଏଠାରେ  ଟାଙ୍ଗି ଦେଇଛି ତାହା ଏବେ ରହସ୍ୟ ଘେରରେ ରହିଛି।  ତେବେ ଶବ ବ୍ୟବଛେଦ  ରିପୋର୍ଟ ଆସିଲେ ସବୁକିଛି ସ୍ପଷ୍ଟ ହେବ ବୋଲ ପୋଲିସ କହିଛି ।