Saturday, March 21, 2026
32.6 C
Odisha

    ୭୦ହଜାର ଟଙ୍କା ପାଇଁ ଦୀପାବଳି ଦିନ ମୋ ପୁଅକୁ ମାରିଦେଲେ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ସମଗ୍ର ଦେଶ ଦୀପାବଳି ଉତ୍ସବ ପାଳୁଥିବା ବେଳେ ରାଜଧାନୀ ଦିଲ୍ଲୀର ଶାହଦରା ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଘର ବାହାରେ ବାଣ ଫୁଟାଉଥିବା ବେଳେ ଦାଦା ଓ ପୁତୁରାଙ୍କୁ ଏକାଠି ଗୁଳି କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକଦ୍ୱୟ ହେଲେ ଆକାଶ ଶର୍ମା ଓ ଋଷଭ । ଋଷଭ ଆକାଶଙ୍କ ପୁତୁରା ବୟସ ୧୬ବର୍ଷ ବୋଲି ଜଣାପଡ଼ିଛି।
    ଶାହଦରା ଡିସିପି ପ୍ରଶାନ୍ତ ଗୌତମ ଗୌତମ କହିଛନ୍ତି, ‘ମୃତ ଆକାଶ ଅଭିଯୁକ୍ତକୁ ଅନେକ କାମ ଦେଇଥିଲେ। ଏହି କାମ ହୋଇଗଲେ ସେ ୭୦ହଜାର ଟଙ୍କା ଦେବେ ବୋଲି ଅଭିଯୁକ୍ତକୁ କଥା ଦେଇଥିଲେ କାମ ପୁରା ହୋଇଯାଇଥି‌ଲେ ବି ଆକାଶ ନା ଟଙ୍କା ଦେଇଥିଲେ ନା ଅଭିଯୁକ୍ତର ଫୋନ ଉଠାଇଥିଲେ। ଏହି କାରଣରୁ ଅଭିଯୁକ୍ତ ରାଗରେ ଦୀପାବଳି ଦିନ ଆକାଶଙ୍କ ଘରେ ପହଞ୍ଚି ଗୁଳି କରି ହତ୍ୟା କରିଛି। ନାବାଳକ ଜଣକ ଏହି ହତ୍ୟାକାଣ୍ଡ ପାଇଁ ଅନେକ ଦିନରୁ ଯୋଜନା କରି ରଖିଥିଲା। ସେ ଏହି ହତ୍ୟା ପୂର୍ବରୁ ଅନେକ ଅପରାଧିକ ମାମଲାରେ ସାମିଲ ଥିବା ଜଣାପଡ଼ିଛି।
    ମୃତ ଆକାଶଙ୍କ ମା’ଙ୍କ କହିବାନୁଯାୟୀ, ଅଭିଯୁକ୍ତ କିଛି ଦିନ ହେବ ତାଙ୍କ ଘର ପାଖରେ ବୁଲୁଥିଲା। ଦୀପାବଳି ପୂର୍ବ ଦିନ ସେ ଘରକୁ ମିଠା ଦେବାକୁ ଆସିଥିଲା। କିନ୍ତୁ ଆମେ ଗେଟ୍ ଖୋଲି ନଥିଲୁ। ପଳାଇଥିଲା। ଏହାପରେ ସେ ଦୀପାବଳି ଦିନ ଆସି ଆକାଶ, ଋଷଭ ଓ କୃଷ୍ଣ ଘର ବାହାରେ ବାଣ ଫୁଟାଉଥିବା ବେଳେ ସେ ଆଖି ବୁଜା ଗୁଳି ଚଳାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.6 ° C
    32.6 °
    32.6 °
    30 %
    0.6kmh
    7 %
    Sat
    32 °
    Sun
    33 °
    Mon
    34 °
    Tue
    37 °
    Wed
    38 °

    ସମ୍ବନ୍ଧିତ