କରୋନା ଭାଇରସ୍‌ର ଏନ୍ତୁଡ଼ିଶାଳ ପାଲଟିଲା ରାଜଧାନୀର ଏକ ଡାକ୍ତରଖାନା, ୮୦ ଡାକ୍ତର ପଜିଟିଭ୍‌, ଜଣେ ମୃତ...

କରୋନା ଭାଇରସ୍‌ର ଏନ୍ତୁଡ଼ିଶାଳ ପାଲଟିଲା ରାଜଧାନୀର ଏକ ଡାକ୍ତରଖାନା, ୮୦ ଡାକ୍ତର ପଜିଟିଭ୍‌, ଜଣେ ମୃତ...

କରୋନା କୋପରୁ ବର୍ତ୍ତିଲା ନାହିଁ ଡାକ୍ତରଖାନା । ପ୍ରାୟ ୮୦ ଡାକ୍ତରଙ୍କୁ ଏହି ପ୍ରାଣଘାତୀ ଭାଇରସ୍‌ ସଂକ୍ରମିତ କରିଥିବା ବେଳେ ଜଣଙ୍କର ଜୀବନ ନେଇସାରିଛି । ଏଭଳି ହୃଦୟବିଦାରକ ଘଟଣା ଘଟିଛି ଦେଶର ରାଜଧାନୀ ଦିଲ୍ଲୀର ସରୋଜ ହସ୍ପିଟାଲରେ । ମୃତ ଡାକ୍ତର ଜଣଙ୍କ ଉକ୍ତ ହସ୍ପିଟାଲର ବିରଷ୍ଠ ସର୍ଜନ ବୋଲି ଜଣାପଡ଼ିଛି । ତେବେ ସମସ୍ତ ଆକ୍ରାନ୍ତ ଡାକ୍ତରଙ୍କ ମଧ୍ୟରୁ ୧୨ଜଣ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟମାନେ ହୋମ ଆଇସୋଲେସନ ରେ ରହିଥିବାର ଜଣାପଡ଼ିଛି । ଉକ୍ତ ଡାକ୍ତରଖାନାରେ ସଂକ୍ରମଣର ବ୍ୟାପକତା ଓ ଭୟାବହତାକୁ ଦୃଷ୍ଟିରେ ରଖି ତୁରନ୍ତ ଓପିଡି କୁ ବନ୍ଦ କରିଦିଆଯାଇଛି । ରାଜଧାନୀରେ କରୋନା ରଦ୍ୱିତୀୟ ଲହରୀ ସଂକଟ ସୃଷ୍ଟି କରିଥିବା ବେଳେ ଏଭଳି ଘଟଣା ଦେଶତମାମ ଚହଳ ସୃଷ୍ଟି କରିଛି ।