ଉପ କାରାଗାର ପ୍ରତିଷ୍ଠା ପାଇଁ ଦାବି

ଉପ କାରାଗାର ପ୍ରତିଷ୍ଠା ପାଇଁ ଦାବି

ଚଣ୍ଡିଖୋଲରେ ଉପ କାରାଗାର ପ୍ରତିଷ୍ଠା ପାଇଁ ଦାବି ଜୋର ଧରିଛି । ୨୦୦୭ ମସିହାରେ ଚଣ୍ଡିଖୋଲଠାରେ ଏକ ଜେଏମଏଫସି କୋର୍ଟ ପ୍ରତିଷ୍ଠା କରାଯାଇଥିଲା । କୋର୍ଟର ବିଚାରଧୀନ ବନ୍ଦୀଙ୍କୁ ଯାଜପୁରଠାରେ ଥିବା ସବ୍ ଜେଲକୁ ପଠାଯାଉଥିଲା । ଜେଲର ପାଚେରୀ ଭାଙ୍ଗି ଯିବାରୁ ବିଚାରଧୀନ ବନ୍ଦୀମାନଙ୍କୁ ୫୫ କିଲୋମିଟର ଦୂର ରଗଡି ସ୍ଥିତ ଯାଜପୁର ସବ ଜେଲକୁ ପଠାଯାଉଛି । ଫଳରେ ବିଭିନ୍ନ ସମୟରେ ସମସ୍ୟା ଦେଖାଦେଉଛି । ପୋଲିସ ଓ ବିଭାଗୀୟ କର୍ମଚାରୀ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାହାକୁ ନେଇ ଚଣ୍ଡିଖୋଲ ଓକିଲ ସଂଘ ପକ୍ଷରୁ ଏକ ସବ୍ ଜେଲ୍ ପ୍ରତିଷ୍ଠା ପାଇଁ ଦାବି ହୋଇଛି । ପଥରପଡ଼ା ଠାରେ ଏଠି ପାଇଁ ଜମି ଚିହ୍ନଟ ହୋଇ ସାରିଥିଲେ ମଧ୍ୟ କାର୍ଯ୍ୟ ଆଗେଇ ନାହିଁ।