କେନ୍ଦ୍ର ଚୟନ କମିଟିର ଅନୁମତି, ନୂଆବର୍ଷରୁ ନୂଆ ଡିଜିପି ଭାବେ ଦାୟିତ୍ୱ ନେବେ ସୁନୀଲ ବଂଶଲ

କେନ୍ଦ୍ର ଚୟନ କମିଟିର ଅନୁମତି, ନୂଆବର୍ଷରୁ ନୂଆ ଡିଜିପି ଭାବେ ଦାୟିତ୍ୱ ନେବେ ସୁନୀଲ ବଂଶଲ
କେନ୍ଦ୍ର ଚୟନ କମିଟିର ଅନୁମତି, ନୂଆବର୍ଷରୁ ନୂଆ ଡିଜିପି ଭାବେ ଦାୟିତ୍ୱ ନେବେ ସୁନୀଲ ବଂଶଲ

ଭୁବନେଶ୍ୱର ୨୭/୧୨: ପୋଲିସ ଡିଜି ସୁନୀଲ ବଂଶଲଙ୍କୁ କେନ୍ଦ୍ରରୁ ମିଳିଲା ଅନୁମତି । କେନ୍ଦ୍ର ଚୟନ କମିଟି ସୁନିଲଙ୍କୁ ଦେଇଛନ୍ତି ଅନୁମତି । ନୂଆ ବର୍ଷରେ ସୁନୀଲ ବଂସଲ ପୋଲିସ ଡିଜି ଦାୟିତ୍ୱ ଗ୍ରହଣ କରିବେ । ସୁନୀଲ ଏବେ ଆଇବି ରେ କାର୍ଯ୍ୟ କରୁଛନ୍ତି । ଗତ କିଛିଦିନ ତଳେ ନୂଆ ଡିଜିପି ନେଇ ସୁନୀଲ ବଂଶଲଙ୍କ ନାଁରେ ମୋହର ମାରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଖବର ଅନୁଯାୟୀ,ଏବେକାର ଡିଜିପି ଅଭୟଙ୍କ କାର୍ଯ୍ୟକାଳ ସରୁଛି । ତାଙ୍କପରେ କିଏ ହେବ ରାଜ୍ୟ ପୋଲିସର ନୂଆ ମୁଖିଆ, ସେନେଇ କଳ୍ପନାଜଳ୍ପନା ଚାଲିଥିଲା । ନୂଆ ଡିଜିପି ପାଇଁ ରାଜ୍ୟ ସରକାର ୧୪ ଜଣ ବରିଷ୍ଠ ଆଇପିଏସ ଅଫିସରଙ୍କ ନାମ ୟୁପିଏସସିକୁ ସୁପାରିଶ କରିଥିଲେ । ଏହି ୧୪ଜଣ ଆଇପିଏସ ଅଫିସରଙ୍କ ମଧ୍ୟରୁ ୟୁପିଏସସି କମିଟି ସ୍କ୍ରୁଟିନି କରି ୩ଜଣଙ୍କ ନାମ ରାଜ୍ୟ ସରକାରଙ୍କ ପାଖକୁ ପଠାଇଥିଲା । ଏହି ତିନି ଆଇପିଏସ ଅଫିସର ସୁନୀଲ ବଂଶଲ, ମନୋଜ ଛାବ୍ରା ଏବଂ ପ୍ରଦୀପ କାପୁର ରହିଥିଲେ ।

କିନ୍ତୁ ଏମାନଙ୍କ ମଧ୍ୟରୁ ରାଜ୍ୟ ସରକାର ୧୯୮୭ ବ୍ୟାଚର୍‌ ଆଇପିଏସ୍‌ କ୍ୟାଡର ସୁନୀଲ ବଂଶଲଙ୍କ ନାମ ଉପରେ ମୋହର ମାରିଥିଲେ । ସୁନୀଲ ବଂଶଲ ଏବେ କେନ୍ଦ୍ରୀୟ ଡେପୁଟେସନ୍‌ରେ ଅଛନ୍ତି । ଏହି ବରିଷ୍ଠ ଆଇପିଏସ୍‌ ଅଫିସର ସୁନୀଲ ବଂଶଲ ଏବେ ଏବେ ଗୁଇନ୍ଦା ବିଭାଗ ସ୍ବତନ୍ତ୍ର ନିର୍ଦେଶକ ଅଛନ୍ତି ସୁନୀଲ । ନୂତନ ବର୍ଷରୁ ନୂଆ ଡିଜିପି ଭାବେ ଦାୟିତ୍ୱ ସମ୍ଭାଳିବ ସୁନୀଲ ବଂଶଲ । ୨୦୨୨ ଜୁନ୍‌ ଯାଏ ଦାୟିତ୍ବ ତୁଲାଇବେ ନୂଆ ଡିଜିପି ସୁନୀଲ । ୧୬ ବର୍ଷ ଧରି କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି ସୁନୀଲ ବଂଶଲ.