ଆଜିଠୁ ଓଡ଼ିଶାରୁ ରାଜସ୍ଥାନକୁ ସିଧା ଉଡ଼ିବ ବିମାନ

ଆଜିଠୁ ଓଡ଼ିଶାରୁ ରାଜସ୍ଥାନକୁ ସିଧା ଉଡ଼ିବ ବିମାନ

ରାଜ୍ୟ ସରକାରଙ୍କ ଆର୍ଥିକ ସହଯୋଗରେ ଆଜିଠାରୁ ଭୁବନେଶ୍ବରରୁ ରାଜସ୍ଥାନର ଜୟପୁରକୁ ଉଡିବ ବିମାନ । ଇଣ୍ଡିଗୋ ବିମାନରେ ଏହି ସେବା ସପ୍ତାହକୁ ୩ ଥର ମିଳିବ । ପ୍ରତ୍ୟେକ ସପ୍ତାହର ମଙ୍ଗଳବାର, ଗୁରୁବାର ଓ ଶନିବାର ବିମାନ ଚଳାଚଳ କରିବ । ଏହି ତିନି ଦିନ ରାତି ୯ଟା ୪୦ ମିନିଟରେ ଭୁବନେଶ୍ବର ବିମାନ ବନ୍ଦରରୁ ବିମାନ ଛାଡିବ । ପ୍ରତ୍ୟେକ ରାଉଣ୍ଡ ଟ୍ରିପ୍ ପିଛା ରାଜ୍ୟ ସରକାରଙ୍କୁ ୭୫ ହଜାର ଟଙ୍କା ଦେବାକୁ ପଡିବ ।ଏହା ସହିତ ଡିସେମ୍ବର ୨ରୁ ଭୁବନେଶ୍ବରରୁ ଗୋଆ ମଧ୍ୟରେ ବିମାନ ଚଳାଚଳ ହେବ । ଗୋଆକୁ ସପ୍ତାହର ସବୁ ଦିନ ଇଣ୍ଡିଗୋ ବିମାନ ଚାଲିବ ବୋଲି ଭୁବନେଶ୍ବର ବିମାନବନ୍ଦର ନିର୍ଦ୍ଦେଶକ ଡ଼ ପ୍ରଭାତ ରଞ୍ଜନ ବେଉରିଆ କହିଛନ୍ତି ।