ଭୁବନେଶ୍ୱରରୁ ରାଜସ୍ଥାନ ସିଧାସଳଖ ଉଡ଼ିବ ବିମାନ,ସିନ୍ଧିଆଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର

ଭୁବନେଶ୍ୱରରୁ ରାଜସ୍ଥାନ ସିଧାସଳଖ ଉଡ଼ିବ ବିମାନ,ସିନ୍ଧିଆଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର

ନଭେମ୍ବର ୨ତାରିଖରୁ ଭୁବନେଶ୍ୱରରୁ ରାଜସ୍ଥାନର ଜୟପୁରକୁ ସିଧା ଉଡ଼ିବ ବିମାନ। ଇଣ୍ଡିଗୋ ପକ୍ଷରୁ ଯୋଗାଇ ଦିଆଯିବ ବିମାନ ସେବା, ସପ୍ତାହରେ ୩ ଥର ରାଜସ୍ଥାନ ଜୟପୁରକୁ ଚଳାଚଳ କରିବ ବିମାନ, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ସୂଚନା ଦେଇଛନ୍ତି। ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୂଚନା ଅନୁସାରେ, ସେପ୍ଟେମ୍ବର ୧୭ ତାରିଖରେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଚିଠି ଲେଖି ଭୁବନେଶ୍ୱରରୁ ରାଜସ୍ଥାନର ଜୟପୁରକୁ ସିଧା ବିମାନ ଚଳାଚଳ ନେଇ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଥିଲେ । ଉଭୟ ରାଜ୍ୟରେ ଅନେକ ମନ୍ଦିର ଓ ପର୍ଯ୍ୟଟନ ସ୍ଥାନ ରହିଛି । ତେଣୁ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବା ପାଇଁ ସେ ଚିଠିରେ ଲେଖିଥିଲେ । ଏହାପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଭୁବନେଶ୍ୱରରୁ ଜୟପୁରକୁ ବିମାନ ଚଳାଚଳ ପାଇଁ ଅନୁମତି ଦେଇଛନ୍ତି ।