ପାର୍ବଣ ଭିଡ଼ ଉପରେ ସ୍ବତନ୍ତ୍ର ନଜର ରଖିବ ସ୍ବାସ୍ଥ୍ୟ ବିଭାଗ

ପାର୍ବଣ ଭିଡ଼ ଉପରେ ସ୍ବତନ୍ତ୍ର ନଜର ରଖିବ ସ୍ବାସ୍ଥ୍ୟ ବିଭାଗ

ବର୍ତ୍ତମାନ ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣ ଭିତରେ ରହିଥିବା ବେଳେ ଏହା ଯେପରି ବୃଦ୍ଧି ନହୁଏ, ସେନେଇ ରାଜ୍ୟ ସରକାର ବିଭିନ୍ନ ପ୍ରକାର ପ୍ରସ୍ତୁତି କରୁଛନ୍ତି। ପାର୍ବଣ ଭିଡ଼ ଉପରେ ସ୍ବତନ୍ତ୍ର ନଜର ରଖିବ ସ୍ବାସ୍ଥ୍ୟ ବିଭାଗ । ଭିଡ଼ ଜମିଲେ ସଂକ୍ରମଣ ବଢିପାରେ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ପୂର୍ବ ଗାଇଡ଼ ଲାଇନକୁ କଡାକଡି ପାଳନ କରିବା ପାଇଁ ଗୃହ ବିଭାଗ ଗୁରୁତ୍ବ ଦେଇଛି । ବିଶେଷ କରି କିଣାବିକା ସମୟରେ ଭିଡ଼କୁ ଏଡ଼ାଇବା ପାଇଁ ସ୍ବତନ୍ତ୍ର ସ୍କ୍ବାଡର ନଜର ଭିଡ ଉପରେ ରହିବ । ଯେଉଁ ଅଞ୍ଚଳରେ ସଂକ୍ରମଣ ବଢ଼ିବ ସେଠାରେ ପୁଣି କଣ୍ଟେନମେଣ୍ଟ ଓ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏବେ ଦୈନିକ ୬୦ରୁ ୭୦ ହଜାର ଟେଷ୍ଟିଂ କରାଯାଉଛି । କଟକ ଓ ଭୁବନେଶ୍ବରରେ ସଂକ୍ରମଣ କମିଥିଲେ ମଧ୍ୟ ଭୟ ରହୁଛି । ତେଣୁ ଏଠାକାର ଲୋକମାନେ ସତର୍କ ଓ ସଚେତନ ରହିବା ଆବଶ୍ୟକ । ଆଇସିଏମଆର ଓ ନୀତି ଆୟୋଗ ଏ ନେଇ ପୂର୍ବରୁ ସତର୍କ କରେଇଛନ୍ତି ତେଣୁ ଆମେ ତାହାକୁ ଗୁରୁତ୍ବ ଦେଉଛୁ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ଏହାସହ ନାଇଟି କର୍ଫ୍ୟୁ ମଧ୍ୟ କଡ଼ାକଡ଼ି ହେବ।