Tuesday, March 3, 2026
30.7 C
Odisha

    ସ୍ବାମୀ ସାମ୍ନାରେ ସିନ୍ଦୂର ପୋଛିବା ଛାଡ଼ପତ୍ରର ଆଧାର: ହାଇକୋର୍ଟ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଛାଡ଼ପତ୍ରର ୨ଟି ଅଲଗା ଅଲଗା ମାମଲାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ସ୍ବାମୀଙ୍କ ସାମ୍ନାରେ ସ୍ତ୍ରୀ ସିନ୍ଦୂର ପୋଛିବା, କାଚ ଭାଙ୍ଗିଦେବା ଏବଂ ଧଳା ଲୁଗା ପିନ୍ଧି ନିଜକୁ ବିଧବା ଭାବେ ଦର୍ଶାଇବା ଛାଡ଼ପତ୍ରର ପ୍ରମୁଖ କାରଣ ହେବ। ଏହା ଦ୍ବାରା ସ୍ତ୍ରୀ ହିନ୍ଦୁ ରୀତିନୀତି ମାନୁନାହାନ୍ତି ବୋଲି ଜଣାପଡୁଛି। ସ୍ବାମୀଙ୍କ ପ୍ରତି ତାଙ୍କର କୌଣସି ଭଲ ପାଇବା ଏବଂ ସମ୍ମାନ ନାହିଁ। ଜଣେ ସ୍ବାମୀଙ୍କ ପାଇଁ ଏହା କୌଣସି ମାନିସକ ଆଘାତ ଏବଂ ଉତ୍ପୀଡ଼ନ ଠାରୁ କମ୍‌ନୁହେଁ ବୋଲି ଜଷ୍ଟିସ ସୁରେଶ କୈତଙ୍କ ନେତୃତ୍ବାଧୀନ ଖଣ୍ଡପୀଠ କହିଛନ୍ତି। ଛାଡ଼ପତ୍ରର ଅନ୍ୟ ଏକ ମାମଲାରେ ହାଇକୋର୍ଟ କହିଛନ୍ତି ଯେ ସ୍ବାମୀଙ୍କ ଉପରେ ନପୁଂସକର ମିଥ୍ୟା ଅଭିଯୋଗ ଲଗାଇବା ନିଷ୍ଠୁରତା। ଏହା ସାବ୍ୟସ୍ତ କରିବା ପାଇଁ ମେଡିକାଲ ପରୀକ୍ଷଣ କରିବାକୁ ସ୍ତ୍ରୀ ବାଧ୍ୟ କରିବା ମାନସିକ ନିର୍ଯାତନା। ଏଭଳି ବ୍ୟବହାର ଛାଡ଼ପତ୍ରର ପ୍ରମୁଖ ଆଧାର ହୋଇପାରିବ ବୋଲି ହାଇକୋର୍ଟ କହିଛନ୍ତି। ଏହା ସହିତ ଛାଡ଼ପତ୍ର ରଦ୍ଦ କରିବାକୁ ମହିଳା କରିଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.7 ° C
    30.7 °
    30.7 °
    13 %
    2.1kmh
    2 %
    Tue
    35 °
    Wed
    36 °
    Thu
    38 °
    Fri
    38 °
    Sat
    38 °

    ସମ୍ବନ୍ଧିତ