କେନ୍ଦ୍ର କର୍ମଚାରୀଙ୍କୁ ଦୀପାବଳି ଉପହାର; ୩ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା

କେନ୍ଦ୍ର କର୍ମଚାରୀଙ୍କୁ ଦୀପାବଳି ଉପହାର; ୩ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା

କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନ ହିତାଧିକାରୀଙ୍କୁ ବଡ ଉପହାର । ଦୀପାବଳି ପୂର୍ବରୁ ମହଙ୍ଗା ଭତ୍ତା (DA) ବୃଦ୍ଧି ପାଇଁ ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର । କ୍ୟାବିନେଟ ବୈଠକରେ ଗୁରୁବାର କେନ୍ଦ୍ର ସରକାର କର୍ମଚାରୀ ଓ ପେନସନ ହିତାଧିକାରୀଙ୍କ ପାଇଁ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି ପ୍ରସ୍ତାବକୁ ଦେଇଛନ୍ତି ମଞ୍ଜୁରୀ ।

ବର୍ତ୍ତମାନ ମହଙ୍ଗା ଭତ୍ତା ବୃଦ୍ଧି ପାଇଁ ୩୧ ପ୍ରତିଶତ ହେବ । ଦେଶର ୧ କୋଟିରୁ ଅଧିକ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନ ହିତାଧିକାରୀଙ୍କୁ ମିଳିବ ଏହି ବୃଦ୍ଧିର ସିଧାସଳଖ ଲାଭ । ଚଳିତ ବର୍ଷ ଜୁଲାଇରେ ହିଁ ସରକାର ମହଙ୍ଗା ଭତ୍ତାରେ ୧୧ ପ୍ରତିଶତ ବୃଦ୍ଧି କରି ୨୮ ପ୍ରତିଶତ କରିଥିଲେ ।

ସର୍ବଭାରତୀୟ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ AICPI (All India Consumer Price Index)ର ଗତ ୩ ମାସର ରିପୋର୍ଟ ଜାରି କରିଥିଲା ଶ୍ରମ ମନ୍ତ୍ରଣାଳୟ । ଏଥିରେ ଜୁନ, ଜୁଲାଇ ଓ ଅଗଷ୍ଟ ସାମିଲ ଥିଲା । ଅଗଷ୍ଟରେ ୧୨୩ ଅଙ୍କ ଛୁଇଁଥିଲା AICPI ଇଣ୍ଡେକ୍ସ । ଏଥିରୁ ହିଁ ମହଙ୍ଗା ଭତ୍ତାରେ ସରକାର ବୃଦ୍ଧି କରିପାରନ୍ତି ବୋଲି ସଙ୍କେତ ମିଳୁଥିଲା । ଏହି ଆଧାରରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ନିର୍ଦ୍ଧାରିତ ହୋଇଥାଏ ।