ରାଜ ଠାକରେଙ୍କୁ କରୋନା

ରାଜ ଠାକରେଙ୍କୁ କରୋନା

ମହାରାଷ୍ଟ୍ର ନବ ନିର୍ମାଣ ସେନାର ଅଧ୍ୟକ୍ଷ ରାଜ ଠାକରେଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ତାଙ୍କ ମାଆ କୁନ୍ଦା ଠାକରେ ମଧ୍ୟ ଏଥିରେ ସଂକ୍ରମିତ ହୋଇଥିବା ଜଣାପଡିଛି । ରାଜ ଠାକରେ ସାମାନ୍ୟ ଅସୁସ୍ଥ ଅନୁଭବ କରିବାରୁ ନିଜର କରୋନା ଟେଷ୍ଟ କରାଇଥିଲେ ।

ଏବେ ଏହି ରିପୋର୍ଟ ପଜିଟିଭ ଆସିବା ପରେ ସେ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ ଏବଂ ତାଙ୍କ ମାଆ ଏକାନ୍ତବାସରେ ରହିଛନ୍ତି । ପାର୍ଟିର କେତେକ ଗୁରୁତ୍ୱପୂର୍ଣ୍ଣ ବୈଠକକୁ ଏ ନେଇ ବାତିଲ କରି ଦିଆଯାଇଛି ।