ଚାନ୍ଦିପୁର ଡିଆରଡିଓ ତଥ୍ୟ ଲିକ୍ ମାମଲା:ରହସ୍ୟମୟୀ ମହିଳାଙ୍କ ରାଜସ୍ଥାନ ଲିଙ୍କ୍‌

ଚାନ୍ଦିପୁର ଡିଆରଡିଓ ତଥ୍ୟ ଲିକ୍ ମାମଲା:ରହସ୍ୟମୟୀ ମହିଳାଙ୍କ ରାଜସ୍ଥାନ ଲିଙ୍କ୍‌

ଚାନ୍ଦିପୁର ଡିଆରଡିଓ ତଥ୍ୟ ଲିକ୍ ମାମଲାରେ ମିଳିଛି ନୂଆ ତଥ୍ୟ। ଓଡ଼ିଶା ପରେ ରହସ୍ୟମୟୀ ମହିଳାଙ୍କ ରାଜସ୍ଥାନ ଲିଙ୍କ୍‌ ରହିଥିବା ଜଣା ପଡିଛି । ରହସ୍ୟମୟୀ ହନିଟ୍ରାପରେ ଯୋଦ୍ଧପୁରର ଜଣେ ଯୁବକ ପଡ଼ିଥିବା ଜଣାପଡ଼ିଛି । ଯୁବକ ଜଣଙ୍କ ଯୋଦ୍ଧପୁର ମିଲିଟାରୀ ଇଞ୍ଜିନିୟରିଂ ସର୍ଭିସର ଚତୁର୍ଥ ଶ୍ରେଣୀ କର୍ମଚାରୀ ବୋଲି ଜଣା ପଡିଛି । ମିଲିଟାରି ଇଞ୍ଜିନିୟରିଂ ସର୍ଭିସର ବହୁ ଗୁରୁତ୍ୱପୂର୍ଣ୍ଣ ଚିଠିପତ୍ରର ଫଟୋ ପଠାଇଥିଲେ । ଅକ୍ଟୋବର ୧୫ରେ ରାଜସ୍ଥାନରେ ମାମଲା ହୋଇଥିଲା ।ଏନେଇ ଓଡ଼ିଶା କ୍ରାଇମବ୍ରାଞ୍ଚ ସହ ରାଜସ୍ଥାନ ସିଆଇଡି ଯୋଗାଯୋଗ କରିଛି । ରହସ୍ୟମୟୀ ଓ ଘଟଣା ସମ୍ପର୍କରେ ଆଲୋଚନା ହୋଇଛି । ସେହିପରି ଓଡ଼ିଶାକୁ ୨ଟି କିସ୍ତିରେ ଆସିଥିବା ୩୮ହଜାର ଟଙ୍କାର ପତା ମିଳିଛି । ଦୁବାଇରୁ ୨୪ ହଜାର ଟଙ୍କା ଆସିଥିଲା । ଲୁଲୁ ଇଣ୍ଟରନ୍ୟାସନାଲ ମନି ଏକ୍ସଚେଞ୍ଜ ସେଣ୍ଟରରୁ ଆସିଥିଲା ଏହି ଟଙ୍କା । ବଳକା ଟଙ୍କାର ଚାଲିଛି ଖୋଳତାଡ । ଏବେବି ରହସ୍ୟମୟୀର ଫେସବୁକ୍ ଆକାଉଣ୍ଟ ଆକ୍ଟିଭ ଥିବା ଜଣାପଡ଼ିଛି।