କରୋନା କାଳରେ ପିଅନ୍ତୁ ମହୁପାଣି, ରୁହନ୍ତୁ ସୁସ୍ଥ...

କରୋନା କାଳରେ ପିଅନ୍ତୁ ମହୁପାଣି, ରୁହନ୍ତୁ ସୁସ୍ଥ...

ବର୍ତ୍ତମାନର ଆଧୁନିକ ଜୀବନଚର୍ଯ୍ୟା ଯୁବପୀଢୀଙ୍କୁ ରୋଗାକ୍ରାନ୍ତ କରିବାର ଏକ ପ୍ରମୁଖ କାରଣ । ତେବେ କରୋନାର ଭୟାବହତା ଦେଖି କେହି କେହି ସକାଳୁ ଉଷୁମ ପାଣି ପିଉଥିବାର ଦେଖାଯାଉଛି । ତେବେ ବିଳମ୍ୱରେ ହେଲେ ମଧ୍ୟ ଏବେ ଅନେକ ଉତ୍ତମ ସ୍ୱାସ୍ଥ୍ୟ ରକ୍ଷା ପ୍ରତି ସଚେତନ ହେଉଛନ୍ତି ଏବଂ ବିଭିନ୍ନ ଦେଶୀ ଘରୋଇ ଖାଦ୍ୟ-ପାନୀୟ ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି । ଦେଶୀ ପାନୀୟ କଥା ଯଦି ଆଲୋଚନା କରିବା ତାହେଲେ ମହୁପାଣି କୁ  ବର୍ତ୍ତମାନ ସ୍ଥିତିରେ ସର୍ବୋତ୍ତମ ବିଚାର କରାଯାଇପାରିବ । ଏହାର କାରଣଗୁଡ଼ିକ ହେଲା...

 

* କରୋନା କାଳରେ ମହୁପାଣି ପିଇବାର ଏକ ପ୍ରମୁଖ ଫାଇଦା ହେଉଛି ଏହା ଗଳା ସଂକ୍ରମଣରୁ ମୁକ୍ତି ଦେଇଥାଏ । ହଁ ପାଠକବନ୍ଧୁ ! ଆପଣ ଠିକ୍‌ ପଢିଲେ ଏହା ଗଳା ସଂକ୍ରମଣ ପାଇଁ ଦାୟୀ ଜୀବାଣୁଗୁଡ଼ିକୁ ସମୂଳେ ନିପାତ କରିଥାଏ ।

* ମହୁପାଣି ସ୍ୱାସ୍ଥ୍ୟ ରକ୍ଷା ପାଇଁ ଅମୋଘ ଅସ୍ତ୍ର । କାରଣ ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିରେ ପ୍ରମୁଖ ଭୂମିକା ନିର୍ବାହ କରିଥାଏ ।

* ସେହିଭଳି ଯଦି ଆପଣ ଦୈନିକ ଉଷୁମ ପାଣି ପିଉଛନ୍ତି, ତେବେ ସେଥିରେ ଅଳ୍ପ ମହୁ ମିଶାଇ ଦିଅନ୍ତୁ । ଏପରି କିଛି ମାସ କଲେ ଆପଣଙ୍କର ଶରୀରରେ ଥିବା ଅନାବଶ୍ୟକ ଚର୍ବି ହ୍ରାସ ପାଇବ ଏବଂ ଆପଣ ନିଜକୁ ଊର୍ଜାବାନ୍‌ ଅନୁଭବ କରିବେ । 

* ମହୁରେ ପ୍ରଚୁର ଆଣ୍ଟି-ଅକ୍ସିଡାଣ୍ଟ ତତ୍ତ୍ୱ ନିହିତ ଅଛି, ଏହାକୁ ପାଣିସହିତ ମିଶାଇ ପିଇବା ଦ୍ୱାରା ଶରୀରରେ ଭାଇରାଲ ସଂକ୍ରମଣକୁ ରୋକାଯାଇ ପାରିବ ।

* ମହୁପାଣି ନିୟମିତ ପିଇଲେ ପାଚନ ପ୍ରକ୍ରିୟା ସୁଦୃଢ ହୋଇଥାଏ, ଯାହାଫଳରେ ଶରୀରର ତ୍ୱଚା ଏକପ୍ରକାର ଚମକି ଉଠେ ।

* ମହୁପାଣି ସେବନ କରିବା ଦ୍ୱାରା ଶରୀରର ବିଷାକ୍ତ ପଦାର୍ଥ ନିଷ୍କାସିତ ହୋଇଥାଏ ଏବଂ ରକ୍ତ ସଞ୍ଚାଳନ ଭଲ ଭାବେ ହୋଇଥାଏ । ତେବେ ପାଠକବନ୍ଧୁ ! ଆଉ ବିଳମ୍ୱ କାହିଁକି ଆଜିଠାରୁ ହିଁ ଆରମ୍ଭ କରିଦିଅନ୍ତୁ ମହୁପାଣି ସେବନ ।