ଦୁନିଆର ସବୁଠୁ ବଡ ଆଇଲ୍ୟାଣ୍ଡରେ ନାହିଁ ଗୋଟିଏ ବି ପିମ୍ପୁଡି, ଜାଣନ୍ତୁ କାରଣ

ଦୁନିଆର ସବୁଠୁ ବଡ ଆଇଲ୍ୟାଣ୍ଡରେ ନାହିଁ ଗୋଟିଏ ବି ପିମ୍ପୁଡି, ଜାଣନ୍ତୁ କାରଣ
ଦୁନିଆର ସବୁଠୁ ବଡ ଆଇଲ୍ୟାଣ୍ଡରେ ନାହିଁ ଗୋଟିଏ ବି ପିମ୍ପୁଡି, ଜାଣନ୍ତୁ କାରଣ

ନୂଆଦିଲ୍ଲୀ ୦୪/୦୯ : ଦୁନିଆରେ ଅନେକ ପ୍ରକାରର ଜୀବ-ଜନ୍ତୁ ଅଛନ୍ତି। ସେଥିମଧ୍ୟରୁ ଗୋଟିଏ ପିମ୍ପୁଡି । ଏହା ପ୍ରାୟ ୧୨,୦୦୦ ପ୍ରଜାତିର ଅଛନ୍ତି । ସେଥି ମଧ୍ୟରୁ କଳା, ନାଲି ଏବଂ ବାଦାମୀ ରଙ୍ଗର ପିମ୍ପୁଡି ପ୍ରାୟ ସ୍ଥାନରେ ଦେଖାଯାଆନ୍ତି। କୁହାଯାଏ ଯେ ଆଫ୍ରିକାରେ କିଛି ଏପରି ବିପଜ୍ଜନକ ପିମ୍ପୁଡି ଅଛନ୍ତି ଯିଏକି କାମୁଡିବା ମାତ୍ରେ କିଛି ମିନିଟ୍ ମଧ୍ୟରେ ଜଣେ ବ୍ୟକ୍ତିର ମୃତ୍ୟୁ ହୋଇଯାଏ। କିନ୍ତୁ ଆପଣ ଜାଣନ୍ତି କି ଦୁନିଆରେ ଏକ ଏପରି ଦେଶ ଅଛି ଯେଉଁଠାରେ ପିମ୍ପୁଡ଼ିର କୌଣସି ଚିହ୍ନ ବର୍ଣ୍ଣ ନାହିଁ। ଚାଲନ୍ତୁ ଜାଣିବା ଏହା ବିଷୟରେ…

 

ଗ୍ରୀନଲ୍ୟାଣ୍ଡକୁ ବିଶ୍ୱର ସବୁଠୁ ବଡ ଆଇଲ୍ୟାଣ୍ଡ ଭାବରେ ବିବେଚନା କରାଯାଏ। ଏଠାରେ ଗୋଟିଏ ବି ପିମ୍ପୁଡ଼ି ନାହିଁ। ଏହା ପଛର କାରଣ ଏଠାକାର ପାଣିପାଗ ଏବଂ ଜଳବାୟୁ। ପ୍ରତ୍ୟେକ ଜାଗାରେ ପାଣିପାଗ ଏବଂ ଜଳବାୟୁ ପିମ୍ପୁଡ଼ିର ବିକାଶ ଏବଂ ପ୍ରଜନନରେ ସାହାଯ୍ୟ କରିଥାଏ। କିନ୍ତୁ ଗ୍ରୀନଲ୍ୟାଣ୍ଡ ଅତ୍ୟନ୍ତ ଥଣ୍ଡା ଦେଶ। ତେଣୁ ପିମ୍ପୁଡ଼ି ସେଠାରେ ବଞ୍ଚିପାରିବ ନାହିଁ। ବୈଜ୍ଞାନିକଙ୍କ ଅନୁଯାୟୀ ଏଠାରେ ଶୀତଳ ପାଗ ଏବଂ ଜଳବାୟୁ ପିମ୍ପୁଡ଼ି ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ସେଥିପାଇଁ ଏଠାରେ ଗୋଟିଏ ବି ପିମ୍ପୁଡ଼ି ନାହିଁ।

 

ଗ୍ରୀନଲ୍ୟାଣ୍ଡ ଦୁନିଆର ବହୁତ ଥଣ୍ଡା ସ୍ଥାନ ମଧ୍ୟରେ ଗୋଟିଏ। ଉତ୍ତର ପୋଲରେ ଅବସ୍ଥିତ ହେତୁ ଏହି ଦ୍ୱୀପର ତାପମାତ୍ରା ଅତ୍ୟଥିକ ଥଣ୍ଡା ରହିଥାଏ। ସେହିଭଳି ଜଳବାୟୁ ପୃଥିବୀର ଦକ୍ଷିଣ ପୋଲରେ ଅବସ୍ଥିତ ଆଣ୍ଟାର୍କଟିକାର ଅଟେ। ସେଥିପାଇଁ ଏଠାରେ ପିମ୍ପୁଡ଼ିର କୌଣସି ଚିହ୍ନ ବର୍ଣ୍ଣ ନାହିଁ।