ମୂର୍ତ୍ତି ଉଚ୍ଚତା ବିବାଦ, ମଉନ ପ୍ରତିବାଦ କରୁଛି କଂଗ୍ରେସ

ମୂର୍ତ୍ତି ଉଚ୍ଚତା ବିବାଦ, ମଉନ ପ୍ରତିବାଦ କରୁଛି କଂଗ୍ରେସ

ଦୁର୍ଗା ପୂଜାରେ ଦେବୀଙ୍କ ମୃଣ୍ମୟୀ ମୂର୍ତ୍ତି ଉଚ୍ଚତାକୁ ନେଇ ବିବାଦ କମିବାର ନା ନେଉନି । ମୂର୍ତ୍ତିର ଉଚ୍ଚତା ୪ ଫୁଟରୁ ଅଧିକ ନହେବା ନେଇ ରାଜ୍ୟ ସରକାର ନିଜ ନିଷ୍ପତ୍ତିରେ ଅଟଳ ରହିଥିବା ବେଳେ ଏହାକୁ ବିଭିନ୍ନ ଦଳ ଓ ସଂଗଠନ ପକ୍ଷରୁ ବିରୋଧ କରାଯାଉଛି। ଏହାର ପ୍ରତିବାଦରେ ବିଜେପି ଗତ ସୋମବାର କଟକ ବନ୍ଦ ଡାକରା ଦେଇଥିବା ବେଳେ କଂଗ୍ରେସ ପକ୍ଷରୁ ଆଜି ପ୍ରତିବାଦ କରାଯାଉଛି। ମୂର୍ତ୍ତି ଉଚ୍ଚତା ବଢ଼ାଇବା ଦାବିରେ ଆଜି କଟକ ନଗର କଂଗ୍ରେସ ଓ କଟକର ଏକ ସାମାଜିକ ସଂଗଠନ ପକ୍ଷରୁ ପ୍ରତିବାଦ କରାଯାଇଛି । ପୁରୀଘାଟ ଗାନ୍ଧି ମୂର୍ତ୍ତି ତଳେ ନଗର କଂଗ୍ରେସ ପକ୍ଷରୁ ମଉନ ପ୍ରତିବାଦ କରାଯାଉଛି। କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ମଉନ ପ୍ରତିବାଦରେ ସାମିଲ ହୋଇଛନ୍ତି । ସେପଟେ ମାଛୁଆ ବଜାରରେ ହିନ୍ଦୁ ଜାଗରଣ ମଂଚ କର୍ମକର୍ତ୍ତା କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଛନ୍ତି ।